ଦିଦିଙ୍କ ଗଡ଼ରେ ଶାହାଙ୍କ ଦବଦବା, ପଶ୍ଚିମବଙ୍ଗରେ ପାଦ ଥାପୁ ଥାପୁ ୯ ଜଣ ବିଧାୟକ ଓ ୧ଜଣେ ଟିଏମ୍‌ସି ସାଂସଦ ବିଜେପିରେ ସାମିଲ

କେନ୍ୟୁଜ୍(ବ୍ୟୁରୋ):  ଭାଙ୍ଗୁଛି ଗଡ଼। ବଢ଼ୁଛି ଦିଦିଙ୍କ ସଂକଟ । ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତର ପ୍ରଥମ ଦିନରେ ବିଜେପିର ମହାମିଶ୍ରଣ ପର୍ବ । ଟିଏମ୍‌ସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଛାଡ଼ି ବିଭିନ୍ନ ଦଳର ଆଉ ୯ ଜଣ ବିଧାୟକ ଓ ଜଣେ ଟିଏମ୍‌ସି ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ପଶ୍ଚିମ ମେଦିନାପୁରରେ ଅମିତ ଶାହଙ୍କ ମେଗା ରାଲି ଅବସରରେ ସମସ୍ତେ ପଦ୍ମ ଧରିଛନ୍ତି । ବିଜେପିରେ ସାମିଲ ହୋଇଥିବା ସାଂସଦ ହେଉଛନ୍ତି ଟିଏମ୍‌ସିର ସୁନିଲ ମଣ୍ଡଳ । ୯ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ତୃଣମୂଳ କଂଗ୍ରେସର ହୋଇଥିବା ବେଳେ ଏଥିରେ ବାମ ଦଳ ଓ କଂଗ୍ରେସ ବିଧାୟକ ମଧ୍ୟ ଅଛନ୍ତି ।

ଟିଏମ୍‌ସି, କଂଗ୍ରେସ ଓ ବାମ ଦଳର ବହୁ ଜିଲ୍ଲା ସ୍ତରୀୟ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଶାହ କହିଛନ୍ତି ଏହା ଆରମ୍ଭ ମାତ୍ର । ନିର୍ବାଚନ ବେଳକୁ ସଂପୂର୍ଣ୍ଣ ଏକାକୀ ପଡିଯିବେ ଦିଦି । ଅରାଜକତା, ଦୁର୍ନୀତି ଓ ପରିବାରବାଦ ପାଇଁ ଟିଏମସି ନେତା ଦଳ ଛାଡ଼ୁଥିବା ଦିଦିଙ୍କୁ ଶୁଣାଇଛନ୍ତି ଅମିତ ଶାହ । ଆସନ୍ତା ନିର୍ବାଚନରେ ୨୦୦ ଆସନ ସହ ବିଜେପି ସରକାର ଗଢ଼ିବ ବୋଲି ଶାହ ଦୃଢ଼ୋକ୍ତି କରିଛନ୍ତି । ଅମିତ ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ଆଜି ପ୍ରଥମ ଦିନ । ଶାହଙ୍କ ଗସ୍ତ ପୂର୍ବରୁ ୬ କେନ୍ଦ୍ରମନ୍ତ୍ରୀଙ୍କୁ, ଭିନ୍ନ ଭିନ୍ନ ଲୋକସଭା କ୍ଷେତ୍ର ପାଇଁ ପ୍ରଚାର ଦାୟିତ୍ୱ ଦେଇଛି ଦଳ । ୫ ମାସ ପରେ ରହିଛି ପଶ୍ଚିମବଙ୍ଗ ନିର୍ବାଚନ।

Leave A Reply

Your email address will not be published.