Below header

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିପାରେ ଇଡି, ଟ୍ଵିଟ୍‌ କରି ସୂଚନା ଦେଲେ ଆପ୍‌ ନେତା

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଆଶଙ୍କା। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରେ ଇଡି। ଏ ନେଇ ଆପ ନେତା ଅତସୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଆଶଙ୍କା। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରେ ଇଡି। ଏ ନେଇ ଆପ ନେତା ଅତସୀ ଟ୍ବିଟ କରି ସୂଚନା ଦେଇଛନ୍ତି। କେଜ୍ରିୱାଲଙ୍କ ଘର ଆଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଥର ନୋଟିସ ପରେ ବି କେଜ୍ରିୱାଲ ହାଜର ହୋଇନାହାନ୍ତି।

୨୦୨୩ ନଭେମ୍ବର ୨, ଡିସେମ୍ବର ୨୧ ଓ ଜାନୁଆରୀ ୩ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ବେଆଇନ ଅର୍ଥ ଲଗାଣକୁ ନେଇ ଏହି ସମନ ଜାରି କରିଛି ଇଡି। ସମାନ ଅଭିଯୋଗରେ ଆପ୍‌ର ଅନ୍ୟ ଦୁଇ ବରିଷ୍ଠ ନେତା ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.