ଆହୁରି ୨ ଦିନ ଘନ କୁହୁଡ଼ି, ୧୫ ଜିଲ୍ଲାକୁ ୟେଲୋ ସତର୍କତା

ଘନ କୁହୁଡ଼ିରୁ ମିଳୁନି ନିସ୍ତାର। ଆଗାମୀ ୨ ଦିନ ଯାଏ ଜାରି ରହିବ ପ୍ରଭାବ । ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆଜି ବି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି ।

ଭୁବନେଶ୍ୱର (କେନ୍ୟୁଜ): ଘନ କୁହୁଡ଼ିରୁ ମିଳୁନି ନିସ୍ତାର। ଆଗାମୀ ୨ ଦିନ ଯାଏ ଜାରି ରହିବ ପ୍ରଭାବ । ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆଜି ବି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । କିଛି ମିଟରରୁ ବି ଦେଖାଯାଉନି ରାସ୍ତାଘାଟ । ଆଜି ଘନ କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ତେଣୁ ସତର୍କତା ରଖି ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

ଆସନ୍ତା ୪ ଓ ୫ ତାରିଖ ବେଳକୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି, ବାୟୁ ଚଳାଚଳରେ ନିଷ୍କ୍ରିୟତା ତଥା ନିର୍ମଳ ଆକାଶ ହେତୁ କୁହୁଡି ପ୍ରଭାବ ବୃଦ୍ଧି ହେବା ସହିତ ଶୀତର ପ୍ରକୋପ କମିଛି । ଶୀତର ପ୍ରକୋପ କମିବା ସହ ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ଅଧିକ ଥିବାରୁ ଥଣ୍ଡା ମଧ୍ଯ କମ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.