୨୬୦୦ ବର୍ଷ ପୁରୁଣା ୫୯ଟି କଫିନ୍‌କୁ ଖୋଳି ବାହାର କଲେ ଇଜିପ୍ଟ ସରକାର

ଶନିବାର କୋଇରାର ଦକ୍ଷିଣରେ ଥିବା ଏକ ବିଶାଳ ନେକ୍ରୋପଲିସରେ ଅନେକ ବର୍ଷର ପୁରୁଣା କଫିନ୍ ଗୁଡିକୁ ‌ ଖନନ କରାଯାଇ ବାହାର କରାଯାଇଥିବା ନେଇ ଇଜ୍ପିଟର ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ୫୯ଟି ସିଲ୍‌ କଫିନ ସହିତ କିଛି ମମି ଆଜକୁ ୨୬୦୦ ବର୍ଷ ପୂୂର୍ବରୁ ଏହି କୂଅରେ ପୋତି ହୋଇଥିବାର ଦେଖିବାକୁ ମିଳିଥିଲା ବୋଲି ମନ୍ତ୍ରୀ ଖାଲିଦ୍‌-ଏଲ-ଅନାନି କହିଛନ୍ତି । ଏହା ସହିତ ସାକ୍କାରାର ଜୋସରର ପ୍ରସିଦ୍ଧ ଷ୍ଟେପ୍‌ ପିରାମିଡରେ ଏକ କଫିନ୍‌ ମିଳିଥିବାର ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଅନ୍ୟ କଫିନ ଗୁଡିକ ସିଲ ହୋଇଥିବା ବେଳେ ସାମ୍ବାଦିକଙ୍କ ପାଇଁ କେବଳ ଗୋଟିଏ ସାକ୍ରୋଫାଗିକୁ ହିଁ ଖୋଲା ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ କୁଟନିତିଜ୍ଞ ମଧ୍ୟ ଯୋଗ ଦେଇଥିଲେ । ଇଜିପ୍ଟର ପ୍ରଥମ ରାଜବଂଶଙ୍କ ଠାରୁ କପ୍‌ଟିକ ସମୟ ମଧ୍ୟରେ ରହିିଥିବା ଶହ ଶହ ପ୍ରାଚୀନ ଅଧିକାରୀଙ୍କ ସହିତ ୧୧ଟି ପିରାମିଡ ସହିତ ଷ୍ଟେପ୍‌ ପିରାମିଡ ମଧ୍ୟ ସାକ୍କାରା ମାଳଭୂମିରେ ଆୟୋଜିତ ହୋଇଛି । ତେବେ ଏଠାରେ ଅସଂଖ୍ୟ ସଂଖ୍ୟକ କଫିନ୍‌ ରହିଛି ଏବଂ ଏହା ଏକ ବଡ ଆବିଷ୍କାରର ଆରମ୍ଭ ବୋଲି ଏଲ୍‌-ଅନାନ କହିଛନ୍ତି ।

egypt2

ସେହିପରି ଦେଶର ପ୍ରତ୍ନତତ୍ତ୍ୱବିଦ ମାନେ ନୂତନ ଆଵିଷ୍କାରରେ ୧୧ ମିଟର ଗଭୀର କୂଅରୁ ୧୩ ଟି ପାତ୍ର ପାଇଥିବା ବେଳେ ଇଜିପ୍ଟର ବରିଷ୍ଠ ଅଧିକାରୀମାନେ ଗତ ମାସରେ ପ୍ରଥମ ବ୍ୟାଚ୍‌ କଫିନ୍‌ ଆବିଷ୍କାର କରିବାକୁ ଘୋଷଣା କରିଥିଲେ । କହିରଖିବା ଉଚିତ ହେବଯେ, ପ୍ରସିଦ୍ଧ ଗିଜା, ପିରାମିଡ୍‌ ଏବଂ ଆବୁସାର ରହିଥିବା ସାକ୍କାର ସାଇଟ୍‌ ଇଜିପ୍ଟର ପ୍ରାଚୀନ ରାଜଧାନୀ ମେମ୍ଫିସ ନେକ୍ରୋପଲିସର ଏକ ଅଂଶ । ଏହା ବ୍ୟତିତ ମେମ୍ଫିସର ଧ୍ୱସାଂବେଶଃକୁ ୧୯୭୦ ମସିହାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ନିଯୁକ୍ତି କରାଯାଇଥିଲା । ଅକ୍ଟୋବର ମାସରେ ଦକ୍ଷିଣ ଲକ୍ସ୍‍ର ସହରରେ ଆବିଷ୍କୃତ ପ୍ରାଚୀନ କାଠ କଫିନ୍‌ ସହିତ ୩୦ଟି ସାକ୍କାର କଫିନ୍‌ ଯୋଗଦେବେ ଏବଂ ଗିଜା ପିରାମିଡ୍‌ ନିକଟରେ ଇଜିପ୍ଟ ନିର୍ମାଣ କରୁଥିବା ନୂତନ ଗ୍ରାଣ୍ଡ ଇଜିପ୍ଟ ସଂଗ୍ରାହଳୟରେ ଏହା ପ୍ରଦର୍ଶିତ ହେବ ବୋଲି ଏଲ୍‌-ଅନାନୀ ସୂଚନା ଦେଇଛନ୍ତି।

୨୦୧୧ରେ ହୋଇଥିବା ବିଦ୍ରୋହ ପରେ ଅଶାନ୍ତିର ଶିକାର ହୋଇ ଇଜିପ୍ଟ ସାକ୍କାରା ଆବିଷ୍କାରର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ପୁର୍ନଜୀବିତ କରିବା ପାଇର୍ ପ୍ରୟାସ କରିବାକୁ ଚେଷ୍ଟା କରିଛି। ତେବେ ଚଳିତ ବର୍ଷ କୋଭିଡ ମହାମାରୀ ପାଇଁ ଏହି କ୍ଷେତ୍ରକୁ ଆହୁରୀ ଏକ ଝଟକା ଦେଇଛି।