ତିରୁପତିର ଏକ ସରକାରୀ ହସ୍ପିଟାଲରେ ହୃଦୟ ବିଦାରକ ଘଟଣା, ଅକ୍ସିଜେନ ଅଭାବରୁ ୧୧ ରୋଗୀ ମୃତ

ଆନ୍ଧ୍ର ପ୍ରଦେଶ: ଅକ୍ସିଜେନ ଅଭାବରୁ ୧୧ ରୋଗୀ ମୃତ। ଆନ୍ଧ୍ର ପ୍ରଦେଶ ତିରୁପତିର ଏକ ସରକାରୀ ହସ୍ପିଟାଲରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଅକ୍ସିଜେନ ଯୋଗାଣରେ ମାତ୍ର ୫ ମିନିଟ୍‌ ବିଳମ୍ବ କାରଣରୁ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତିରୁପତିର ଏସଭିଆରଆର ସରକାରୀ ହସ୍ପିଟାଲକୁ କରୋନା ହସ୍ପିଟାଲ ଭାବେ ଘୋଷଣା ହୋଇଛି।

ଏଥିରେ ପ୍ରାୟ ୧୩୫ ଆଇସିୟୁ ବେଡ ଓ ୪୦୦ରୁ ଅଧିକ ଅକ୍ସିଜେନ ବେଡ ରହିଛି। ମେଡିକାଲରେ ପ୍ରାୟ ୧୧୦୦ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ମେଡିକାଲରେ ଥିବା ୧୦ହଜାର ଲିଟର ଅକ୍ସିଜେନ ଟ୍ୟାଙ୍କର ଖାଲି ହୋଇଯିବା ପରେ ତାମିଲନାଡୁରୁ ଆସିଥିବା ଅକ୍ସିଜେନ ଟ୍ୟାଙ୍କରରୁ ମେଡିକାଲ ଟ୍ୟାଙ୍କରକୁ ଅକ୍ସିଜେନ ଭର୍ତ୍ତି କରାଯାଉଥିଲା।

ଏହା ଭିତରେ କିଛି ସମୟ ପାଇଁ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ହୋଇପାରିନଥିଲା। ଯାହାଫଳରେ ୧୧ଜଣ ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଦୁଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.