Below header

ଏଲନ୍ ମସ୍କ ‘ସ୍ପେସଏକ୍ସ’ ରେ ନିଯୁକ୍ତ ପାଇଲେ ୧୪ ବର୍ଷ ବୟସର ଇଂଜିନିୟର

ଏଲନ୍‌ ମସ୍କଙ୍କ ‘ସ୍ପେସଏକ୍ସ’ ରେ ନିଯୁକ୍ତି ପାଇଛନ୍ତି ଜଣେ ୧୪ ବର୍ଷ ବୟସ୍କ ଇଂଜିନିୟର । ତାଙ୍କ ନାମ ହେଉଛି କୈରନ କାଜି । ସେ ‘ସ୍ପେସଏକ୍ସ’ ରେ ଜଣେ ସପ୍ଟେଓ୍ଵୟାର ଇଂଜିନିୟର ଭାବେ ନିଯୁକ୍ତି ପାଇଛନ୍ତି ।

ଏଲନ୍‌ ମସ୍କଙ୍କ ‘ସ୍ପେସଏକ୍ସ’ ରେ ନିଯୁକ୍ତି ପାଇଛନ୍ତି ଜଣେ ୧୪ ବର୍ଷ ବୟସ୍କ ଇଂଜିନିୟର । ତାଙ୍କ ନାମ ହେଉଛି କୈରନ କାଜି । ସେ ‘ସ୍ପେସଏକ୍ସ’ ରେ ଜଣେ ସପ୍ଟେଓ୍ଵୟାର ଇଂଜିନିୟର ଭାବେ ନିଯୁକ୍ତି ପାଇଛନ୍ତି । ତେବେ ତାଙ୍କର ଏହି ନିଯୁକ୍ତି ବଡ଼ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ସେ ’ଟେକିନକାଲି ଚ୍ୟାଲେଞ୍ଜିଂ ’ ଓ ‘ଫନ ଇଣ୍ଟରଭ୍ୟୁ ମାଧ୍ୟମରେ ଇଣ୍ଟରଭ୍ୟୁରେ ମନୋନୀତ ହୋଇଛନ୍ତି ।

କାଜି ତାଙ୍କର ଏହି ଅଭିଜ୍ଞତାକୁ ଗୁରୁବାର ‘ଲିଙ୍କଦିନ’ ରେ ସେୟାର କରିଛନ୍ତି । ସେ ସେୟାର କରି ଲେଖିଛନ୍ତି ଯେ ସେ ଷ୍ଟାରଲିଙ୍କ୍‌ ଇଂଜିନିୟରିଂ ଟିମରେ ଜଣେ ସପ୍ଟେଓ୍ଵୟାର ଇଂଜିନିୟର ଭାବେ ଯୋଗ ଦେଉଛନ୍ତି । ସେ ଆହୁରି ଲେଖିଛନ୍ତି ଯେ ‘ସ୍ପେସଏକ୍ସ‘ ଏକମାତ୍ର କମ୍ପାନୀ ଯିଏ ବୟସକୁ ଖାମଖିଆଲ ଭାବେ ନଦେଖି ମୋର ଦକ୍ଷତା ଓ ପରିପକ୍ୱତା ଉପରେ ଦୃଷ୍ଟି ଦେଇଛନ୍ତି ।

ମୁଁ ମୋର କ୍ୟାରିଅର ଏପରି ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଦିଗରେ ଆରମ୍ଭ କରୁଥିବାରୁ ଖୁସୀ ଅଛି । ଆଗକୁ ସେ ସାନ୍ତା କ୍ଲାରା ସ୍କୁଲ ଅଫ୍‌ ଇଂଜିନିୟରିଂରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରି ଜଣେ କମ ବୟସ୍କ ଭାବେ ଇତିହାସ ରଚିବାକୁ ଯାଉଛନ୍ତି ।

କାଜି ମାତ୍ର ୨ ବର୍ଷ ବୟସରେ ପୁର୍ଣ୍ଣ ବାକ୍ୟରେ କଥା କହିପାରୁଥିଲେ । ମାତ୍ର ୯ ବର୍ଷ ବୟସରେ ସେ ସ୍କୁଲ ପାଠ୍ୟକ୍ରମ ସାରିଥିଲେ ଯାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ନଥିଲା ବୋଲି କାଜି କହିଛନ୍ତି । ମାତ୍ର ୧୧ ବର୍ଷ ବୟସରେ ସେ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ କୋର୍ସରେ ନାମ ଲେଖାଇଥିଲେ ।

ସ୍ପେସଏକ୍ସରେ କାମ ଆରମ୍ଭ କରିବା ପାଇଁ ଖୁବ ଶୀଘ୍ର କାଜି ତାଙ୍କ ମା’ଙ୍କ ସହ କାଲିଫୋର୍ଣ୍ଣିଆ ପ୍ଲିସାଣ୍ଟନରୁ ଓ୍ଵାଶିଂଟନ ରେଡମଣ୍ଡ ଯିବେ । କାଜି ଆସାସିନସ କ୍ରିଡ୍‌ ସିରିଜ ଖେଳ ଖେଳିବା ସହ ବିଜ୍ଞାନ ସମ୍ବନ୍ଧିତ ଗଳ୍ପ ପଢ଼ିବା ପାଇଁ ଭଲ ପାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.