Below header

ଏବେ ଓଭରଟାଇମ୍ ଡ୍ୟୁଟି କରିବାକୁ ହେଲେ କମ୍ପାନୀକୁ ନେବାକୁ ପଡ଼ିବ କର୍ମଚାରୀଙ୍କ ଠାରୁ ଅନୁମତି

ବର୍ତ୍ତମାନ ଭାରତରେ ଥିବା କମ୍ପାନୀ ଗୁଡିକରେ କର୍ମଚାରୀମାନଙ୍କୁ ଅଧିକ ସମୟ କାମ କରାଇବା ପୂର୍ବରୁ ପ୍ରଥମେ ସେମାନଙ୍କଠାରୁ ଲିଖିତ ପରାମର୍ଶ ନେବାକୁ ପଡ଼ିବ। ମୋଦି ସରକାର କର୍ମଚାରୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନୂଆ ପଦକ୍ଷେପ ଆଣୁଛନ୍ତି। ଏହି ପ୍ରସ୍ତାବ ମାଧ୍ୟମରେ କମ୍ପାନୀର କର୍ମଚାରୀମାନଙ୍କ ଲିଖିତ ମଞ୍ଜୁରୀ ବିନା ସେମାନଙ୍କୁ ଅତ୍ୟଧିକ ସମୟ କାମରେ ନିଯୁକ୍ତି କରାଯାଇପାରିବ ନାହିଁ। ବ୍ୟବସ୍ଥାୟିକ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତ ବିଲ ୨୦୧୯ ର ପ୍ରସ୍ତାବ ମୁତାବକ ବିନା ଲିଖିତ ପରାମର୍ଶ ବିନା କମ୍ପାନୀ କୌଣସି କର୍ମଚାରୀମାନଙ୍କୁ ଅତ୍ୟଧିକ ସମୟ କାମରେ ନିଯୁକ୍ତି କରିପାରିବ ନାହିଁ। ବିଜନେସ୍ ଷ୍ଟାଣ୍ଡାର୍ଟ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ କେନ୍ଦ୍ରୀୟ ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଲୋକସଭାରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ସରକାର ଏହି ପ୍ରସ୍ତାବ ଦ୍ବାରା ପୂର୍ବ ପ୍ରସ୍ତାବକୁ ହଟାଇଛନ୍ତି। ଯାହାଦ୍ବାରା କୌଣୗସି କର୍ମଚାରୀଙ୍କୁ ଅତ୍ୟଧିକ ସମୟ କାମ କରିବବାର ପରାମର୍ଶ ରହିଥିଲା। ଗୋଟିଏ ମାସରେ ଅଧିକରୁ ଅଧିକ ଓଭରଟାଇମ୍ ୧୦୦ ଘଣ୍ଟା ବଦଳରେ ୧୨୫ ଘଣ୍ଟା ହୋଇପାରିବ।

ଏହାସହ ପଢନ୍ତୁ: ଶହୀଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ବୃଦ୍ଧା ମା, ୭ ମାସର ପୁଅ ଦେଲା ମୁଖାଗ୍ନି

ଚଳିତ ମାସରେ ମୋଦି ସରକାର କର୍ମଚାରୀମାନଙ୍କ କାର୍ଯ୍ୟାଳୟ, ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାମ କରିବାର ସ୍ଥିତିକୁ ନେଇ ହେଲ୍ଥ ଆଣ୍ଡ ୱାର୍କିଙ୍ଗ କଣ୍ଡିଶନ କୋଡ ବିଲ ୨୦୧୯ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଆଇନ ଦ୍ବାରା କମ୍ପାନୀ ପ୍ରତ୍ୟେକ ବର୍ଷ ନିଜ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରାଇବେ। ବର୍ତ୍ତମାନ କେବଳ ନିଜର ଜେଜେ ବାପା, ଜେଜେ ମାଆଙ୍କ ବ୍ୟତୀତ ନିର୍ଭରଯୋଗ୍ୟ ଥିବା ପ୍ୟାରେଣ୍ଟସ୍ ମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.