Below header

ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍‌କାଉଣ୍ଟର ଡର : କହୁଛନ୍ତି ଗାଡ଼ିରେ ଯିବୁନି ଚାଲିକରି ଯିବୁ, ଭିଡିଓ ଭାଇରାଲ୍‌

କାନପୁର : କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନ୍‌କାଉଣ୍ଟର ପରେ ଏବେ ଉତ୍ତର ପ୍ରଦେଶ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଫଳରେ ଅପରାଧୀ ଧରାପଡ଼ିଲେ ଆଉ ପୋଲିସ ଗାଡିରେ ବସି କରି ଯିବାକୁ ରାଜି ନାହାଁନ୍ତି ।

ବରଂ ଥାନା ଯାଏ ଚାଲି ଚାଲି ଯିବେ । ହେଲେ ଆଉ ପୋଲିସ ଗାଡିରେ ଯିବେ ନାହିଁ । କାଳେ ପୁଣି ଗାଡ଼ି ଲେଉଟିବ ଓ ପୁଣି ଏନ୍‌କାଉଣ୍ଟର ହୋଇଯିବ । ଉତ୍ତର ପ୍ରଦେଶରେ ଏବେ ଏହି ଭୟ ଘାରିଛି ଅପରାଧୀଙ୍କୁ । ଅପରାଧୀଙ୍କ ଭୟ ସମ୍ବଳିତ ଏହି ଭିଡିଓ ଏବେ ଭାଇରାଲ୍‌ ହୋଇଛି ।

ଯେଉଁଥିରେ ଜଣେ ଅପରାଧୀକୁ  ଗାଡ଼ିରେ ବସିବାକୁ କହୁଛି ପୋଲିସ । ଆଉ ଅପରାଧୀ ଜଣକ ବାରମ୍ବାର କହୁଛି ଯେ ସେ ପାଦରେ ଚାଲି ଚାଲି ଥାନାକୁ ଯିବ । ଉତ୍ତର ପ୍ରଦେଶ କାନପୁର ସହରର ଏଭଲି ଏକ ଭିଡିଓ ଭାଇରାଲ୍‌ ହୋଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ବିକାଶ ଦୁବେର ଏନ୍‌କାଉଣ୍ଟର ପରେ ଏବେ ଉତ୍ତର ପ୍ରଦେଶରେ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ବୋଲି ଏହି ଘଟଣାରୁ ଅନୁମାନ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.