ରାଜଧାନୀରେ ଦିନ ଦ୍ବୀପହରରେ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ରାଜଧାନୀରେ ଦିନ ଦ୍ବୀପହରରେ ଛୁରା ମାଡ଼ । ତାହା ପୁଣି ବିଚ ରାସ୍ତାରେ । ନୟାପଲି ଇସ୍କନ ମନ୍ଦିର ପାଖରେ ଗାଡି ସାଇଡ଼ ନଦେବାରୁ ଘଟିଛି ଏଭଳି ବର୍ବର କାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଇସ୍କନ ମନ୍ଦିର ପାଖରେ ଗାଡି ପାର୍କିଙ୍ଗକୁ ନେଇ ଏକ ବିଏମଡବ୍ଲୁ କାର ଭିତରୁ ୩ ଜଣ ଯୁବକ ବାହାରି ଛୁରା ମାଡ଼ କରିଥିଲେ ।

ତେବେ ଛୁରାମାଡ଼ରେ ଆଘାତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଅବିନାଶ ପ୍ରଧାନ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ନେଇ ନୟାପଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.