Below header

କରାଚୀରେ ୪ ମହଲା ବିଲିଡିଂରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ଅନେକ ଆହତ

ପାକିସ୍ତାନର ଆର୍ଥିକ ରାଜଧାନୀ କରାଚୀରେ ବଡ଼ ବିସ୍ଫୋରଣ ଘଟିଛି। କରାଚୀ ୟୁନିଭରସିଟି ନିକଟରେ ଥିବା ଗୁଲଶନ-ଏ-ଇକବାଲରେ ମସକନ ଚୌରଙ୍ଗୀରେ ୪ ତାଲା କୋଠାରେ ବିସ୍ଫୋରଣ ହୋଇଛି। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ମାତ୍ରାରେ ଥିଲା ଯେ, ଆଖପାଖର କୋଠାର ଝରକା ଭାଙ୍ଗି ଚୁରମାର ହୋଇଯାଇଛି।

ସମସ୍ତ ମୃତାହତଙ୍କୁ ପଟେଲ୍ ହସ୍ପିଟାଲକୁ ନିଆଯାଇଛି। ବିସ୍ଫୋରଣ କାରଣ ଏବେ ଯାଏଁ ଜଣା ପଡ଼ିନାହିଁ। ଏକ ସିଲିଣ୍ଡର ବିସ୍ଫୋରଣ ହୋଇପାରେ ଅନେକ ଲୋକ କହୁଛନ୍ତି। ବିସ୍ଫୋରଣ ବିଲଡିଂର ଦ୍ୱିତୀୟ ମହଲାରେ ଘଟିଛି। ଆଇନ ପ୍ରବର୍ତ୍ତନ ଏଜେନ୍ସି ଏବଂ ଉଦ୍ଧାରକାରୀ ଘଟଣାସ୍ଥଳକୁ ପହଞ୍ଚି ଯାଇଛନ୍ତି।  ସୂଚନାଯୋଗ୍ୟ, ଗତକାଲି କରାଚୀର ଶିରିନ ଜିନ୍ନା କଲୋନୀ ପାଖରେ ଏକ ବସ୍ ଟର୍ମିନାଲର ପ୍ରବେଶ ଦ୍ବାରରେ ବୋମା ବିସ୍ଫୋରଣ ହେବାରୁ ୫ଜଣ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.