ଆଜି ରାଜ୍ୟରେ ୧୯୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ରିପୋର୍ଟ ଦେଲେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ

ଭୁବନେଶ୍ୱର(କେ ନ୍ୟୁଜ);  ଆଜି ରାଜ୍ୟରେ ୧୯୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୨୦ ହଜାର ୭୫୦ଟି ସକ୍ରିୟ ମାମଲା ଥିବା ବେଳେ ୨୫୨୧୯୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ଯେବେକି ଗତ ୨୪ ଘଣ୍ଟା ଭିତରେ ୨୬୨୨ ଜଣ ସୁସ୍ଥ ହୋଇଛନ୍ତି । କହିରଖିବା ଉଚିତ ହେବକି, ଏଯାବତ ୪୧ ଲକ୍ଷ ୫୯ ହଜାର ୩୯୪ ନମୁନା ପରୀକ୍ଷା ସରିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୧୨୦ ଜଣ ପୂର୍ବରୁ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୮୧୧ ଜଣ ସ୍ଥାନୀୟ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.