Below header

ମହାରାଷ୍ଟ୍ରର କୋଇଲା ଖଣିରେ ବିସ୍ଫୋରଣ, ୧୧ ଶ୍ରମିକ ଗୁରୁତର

ମହାରାଷ୍ଟ୍ର ନାଗପୁରରେ କୋଇଲା ଖାଦାନରେ ବିସ୍ଫୋରଣ ଘଟି ୧୧ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ନାଗପୁର ହସପିଟାଲରେ ଭର୍ତ୍ତି କରାଯାଇଛି ।

ମହାରାଷ୍ଟ୍ର ନାଗପୁରରେ କୋଇଲା ଖାଦାନରେ ବିସ୍ଫୋରଣ ଘଟି ୧୧ ଶ୍ରମିକ ଗୁରୁତର ରହିଛନ୍ତି । ନାଗପୁର ଜିଲ୍ଲାର ବେକୋଲିରେ ସିଲ୍ଲେଧ୍ୱାଡାରେ ଘଟିଛି । ୧୧ ଶ୍ରମିକଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଆହତ ଶ୍ରମିକଙ୍କୁ ନାଗପୁରର ଦୁଇଟି ହସପିଟାଲରେ ଭର୍ତ୍ତି କରାଯାଇଛି ।

ଶ୍ରମିକମାନେ ପ୍ରତିଦିନ ଭଳି ଆଜି ମଧ୍ୟ କୋଇଲା ଖଣିରେ କାମ କରୁଥିବା ବେଳେ ବିସ୍ଫୋରଣ ପାଇଁ ଲଗାଇଥିବା ବିସ୍ଫୋରକ ବ୍ଲାଷ୍ଟ ହୋଇଥିଲା । ଏହି ସମୟରେ ସମସ୍ତ ଶ୍ରମିକ ଉପସ୍ଥିତ ଥିବାରୁ ସମସ୍ତଙ୍କ ଜୀବନ ଏବେ ସଙ୍କଟାପନ୍ନ ରହିଛି । ଘଟଣା ସୂଚନା ମିଳିବା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ଆହତ ଶ୍ରମିକଙ୍କୁ ବାହାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ୬ ଶ୍ରମିକଙ୍କ ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା ପାଇଁ ଆହତଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଥିବା ବେଳେ ବିସ୍ଫୋରଣର ଅସଲ କାରଣ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଗତକାଲି ନାଗପୁର-ପୁନେ ହାଇେଓ୍ଵରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ରୁ ଅଧିକ ଗୁରୁତର ରହିଛନ୍ତି । ସରକାରୀ ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ସେହିପରି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏକ ଟ୍ରକ ଏବଂ ଏସୟୁଭି ପରସ୍ପର ସହିତ ଧକ୍କା ହେବା ଫଳରେ ଗୋଟେ ପରିବାରର ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.