Below header

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ, ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା!

ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ ।

ସୋର(କେନ୍ୟୁଜ୍): ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ । ଔପଦା ବ୍ଲକ ବଡ଼ପୋଖରୀ ଗାଁର ଚକ୍ରଧର ସାହୁ ଗତ ଏପ୍ରିଲ ମାସ ୨୩ ତାରିଖରେ ବନ୍ଧନ ବ୍ୟାଙ୍କ ସୋର ଶାଖାରେ ୧୨ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ରଖିଥିଲେ । କିନ୍ତୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ତାଙ୍କ ନମ୍ବରକୁ ଏକ ଫୋନ କଲ ଆସିଥିଲା ।

କୋରିୟର୍‌ର ପରିଚୟ ଦେଇ ତାଙ୍କର ଗୋଟିଏ ପାର୍ସଲ ଆସିଥିବା ନେଇ ତାଙ୍କୁ ଫୋନ ଆସିଥିଲା । ଏଥିସହ ତାଙ୍କୁ ଏକ ଲିଙ୍କ ମଧ୍ୟ ଆସିଲା । ଚକ୍ରଧର ସେହି ଲିଙ୍କକୁ ଟଚ୍‌ କରିବା ପରେ ତାଙ୍କ ଫିକ୍ସଡ ଡିପୋଜିଟରୁ ଟଙ୍କା ଉଠି ଚାଲିଲା । କିଛି ସମୟ ପରେ ବନ୍ଧନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଏକ ଫୋନ କଲ ଆସିଲା । ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ କରୁଛନ୍ତି କି ନାହିଁ ପଚାରିଥିଲେ ।ଚକ୍ରଧର ମନା କରିବା ପରେ ମୋବାଇଲ ଯାଞ୍ଚ କରି ଦେଖିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଦଶ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଛି।

ତେଣୁ ସେ କଷ୍ଟମର କେୟାରକୁ ଫୋନ କରି ଆକାଉଣ୍ଟ ବନ୍ଦ କରିଦେଲେ । ସେ ବ୍ୟାଙ୍କକୁ ଆସି ଷ୍ଟେଟମେଣ୍ଟ ବାହାର କରିବା ପରେ ବିଭିନ୍ନ ଟ୍ରାଞ୍ଜାକ୍ସନରେ ଏହି ଟଙ୍କା ଉଠାଯାଇଛି ବୋଲି ଜଣା ପଡିଥିଲା। ଚକ୍ରଧର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏବିଷୟରେ ବ୍ୟାଙ୍କରେ ପହଞ୍ଚି ଟଙ୍କା କେମିତି ଗଲା ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରି ଥିଲେ । ତେବେ ବ୍ୟାଙ୍କ ମ୍ୟାନେଜର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ବାଲେଶ୍ଵର ଜିଲ୍ଲାର ଏହା ଦ୍ୱିତୀୟ ଘଟଣା। ଗତବର୍ଷ ବାଲେଶ୍ଵର ସଦର ଅଞ୍ଚଳରେ ଏକ ବ୍ୟାଙ୍କର ଜଣେ ବ୍ୟକ୍ତିଙ୍କ ଫିକ୍ସଡ ଡିପୋଜିଟରୁ ସାଇବର ଠକମାନେ ଟଙ୍କା ଲୁଟି ନେଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.