ହାର୍ଟଆଟାକରେ ଚାଲିଗଲେ ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେ, ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା

ଲୋକପ୍ରିୟ ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ପରଲୋକ । ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ନେଇ ଖବର ଦେଇଛନ୍ତି ତାଙ୍କ ଭିଣୋଇ । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।

ଟିଭି ଇଣ୍ଡଷ୍ଟ୍ରୀ ପାଇଁ ପୁଣି ଏକ ଦୁଃଖଦ ଖବର । ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ହାର୍ଟଆଟାକରେ ପରଲୋକ । ଗତରାତିରେ ତାଙ୍କୁ କାର୍ଡିଆକ୍‌ ଆଟାକ୍‌ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ଟିଭି ଇଣ୍ଡଷ୍ଟ୍ରୀ ଦୁଃଖରେ ଭାଙ୍ଗିପଡିଛି ।

ନୀତେଶଙ୍କ ମୃତ୍ୟୁ ଖବର ନେଇ ତାଙ୍କ ଭିଣୋଇ ତଥା ପ୍ରଯୋଜକ ସିଦ୍ଧାର୍ଥ ନଗର ସୂଚନା ଦେଇଛନ୍ତି । ତେବେ ନୀତେଶଙ୍କ ମୃତ୍ୟୁରେ ତାଙ୍କର ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି ।


ନୀତେଶ ସିରିଅଲ ଅନୁପମାରେ ରୁପାଲି ଗାଙ୍ଗୁଲିଙ୍କ ସାଙ୍ଗ ଦେବିକାଙ୍କ ସ୍ୱାମୀ ଭୂମିକାରେ ନଜର ଆସୁଥିଲେ । ଏହାଛଡା ପ୍ୟାରକା ଦର୍ଦ ହୈ ମିଠା ମିଠାରେ ମଧ୍ୟ ଅଭିନୟ କରିଥିଲେ ।

୧୭ ଜାନୁଆରୀ ୧୯୭୩ରେ ଜନ୍ମଗ୍ରହଣ କରିଥିବା ନିତେଶ ଟିଭି ଦୁନିଆରେ ବେଶ ଲୋକପ୍ରିୟ ଅଭିନେତା ଥିଲେ । ସେ ଓମ୍‌ ଶାନ୍ତି ଓମରେ ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ସହିତ କାମ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ସଡ଼କ ଦୁର୍ଘଟଣାରେ‘ସାରାଭାଇ ଭର୍ସେସ ସାରାଭାଇ’ ଫେମ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ ହୋଇଛି । ସେ ତାଙ୍କ ଭାବିସ୍ୱାମୀଙ୍କ ସହିତ ହିମାଚଳ ବୁଲିବାକୁ ଯାଇଥିବା ବେଳେ ଖାଇକୁ ତାଙ୍କ ଗାଡି ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଛି । ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୁତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ ଓ ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଥିଲା । ତେବେ ଏମାନଙ୍କ ମୃତ୍ୟୁ ଯୋଗୁଁ ଟିଭି ଏବଂ ଫିଲ୍ମ ଇଣ୍ଟଷ୍ଟ୍ରୀରେ ଶୋକ ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.