ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍
ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଟିମ୍ ଆଜି ସାତକୋଶିଆ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ଟିମ୍ ସାତକୋଶିଆ ଗଣ୍ଡ ସମେତ ଘଡିଆଳ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରିବେ ।
କେନ୍ୟୁଜ୍: ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଟିମ୍ ଆଜି ସାତକୋଶିଆ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ଟିମ୍ ସାତକୋଶିଆ ଗଣ୍ଡ ସମେତ ଘଡିଆଳ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରିବେ । ଛତିଶଗଡ଼ର ବ୍ୟାରେଜ ନିର୍ମାଣ ଯୋଗୁ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି ।
ଜଳସେଚନଠାରୁ ଆରମ୍ଭ କରି ଜଳବିଦ୍ୟୁତ ଉତ୍ପାଦନ ଯାଏ ସବୁକିଛି ପ୍ରଭାବିତ ହେଉଛି । ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ବି ପ୍ରଭାବିତ ହେଉଛି । ଏଥିଯୋଗୁ ସାତକୋଶିଆ ଗଣ୍ଡ ସହ ପ୍ରଭାବିତ ହେବ ଦେବୀ ମୁହାଣ । ଛତିଶଗଡ଼ ପାଇଁ ପ୍ରକୃତିର ଗନ୍ତାଘର ସାତକୋଶିଆ ଗଣ୍ଡ ଏବେ ବିପଦରେ ପଡିବାକୁ ଯାଉଛି।