Below header

ଫେସବୁକ ଫ୍ରେଣ୍ଡ ସାଜିଲା ଦୁଷ୍କର୍ମକାରୀ

ଦିଲ୍ଲୀ : ମହଙ୍ଗା ପଡ଼ିଲା ଫେସବୁକ ଫ୍ରେଣ୍ଡସିପ୍। ଦିଲ୍ଲୀ ଯମୁନା ନଗର ଅନ୍ତର୍ଗତ ଆଜାଦ ନଗରରେ ଜଣେ ନାବାଳିକା ଫେସ୍ବୁକ୍ ସାଙ୍ଗର ଡାକରାରେ ପହଞ୍ଚି ଗଣ ଦୁଷ୍କର୍ମ ଶିକାର ହୋଇଛି। ପୀଡ଼ୀତା ଜଣକ ଏ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ପ୍ରବୀଣ ନାମକ ଜଣେ ଯୁବକ ସହ ଫେସବୁକରେ ବନ୍ଧୁତା ହୋଇଥିଲା। ପରେ ସେ ବାରମ୍ବାର ନାବାଳିକାର ପିଛା କରୁଥିଲା। ଗତ ୨୬ ତାରିଖ ଦିନ ନିଜ ସମ୍ପର୍କୀୟ ଘରୁ ଝିଅଟି ଫେରୁଥିବା ବେଳେ ତାକୁ ପ୍ରବୀଣ ବାଟରେ ଅଟକାଇ ଏକ କାରରେ ଉଠାଇ ନେଇଥିଲା। ଜଗାଧୀର ନିକଟ ଏକ ସ୍କୁଲ ପାଖରେ ପ୍ରବୀଣ ଓ ତାର ଜଣେ ସାଙ୍ଗ ନାବାଳିକା ସହିତ ଦୁଷ୍କର୍ମ କରିବା ପରେ ଧମକ ଦେଇ ଛାଡ଼ି ଦେଇଥିଲେ। ନାବାଳିକାଟି ଘଟଣାର ତିନି ଦିନ ପରେ ତାର ପରିବାର ଲୋକଙ୍କୁ ଏକଥା କହିଥିଲା। ଏହା ପରେ ସେମାନେ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୁକ୍ତ ପ୍ରବୀଣକୁ ଗିରଫ କରି କୋର୍ଟରେ ହାଜର କରାଇବା ପରେ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.