ଦିଲ୍ଲୀ ପୋଲିସର ପୋଷାକରେ ‘ଗୁଳି ମାରିବାକୁ’ ଧମକ ଦେଉଥିବା ବ୍ୟକ୍ତି ହେଲେ ଗିରଫ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ କାନୁନ୍ ବରୋଧରେ ବିକ୍ଷୋଭ ପ୍ରଦର୍ଶନର ପ୍ରଭାବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏଥିସହ ପୋଲିସର କାର୍ଯ୍ୟକଳାପ ଏବଂ ହିଂସକ ପ୍ରଦର୍ଶନକୁ ନେଇ ଅନେକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଏହିସବୁ ଘଟଣା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସର ପୋଷାକ ପିନ୍ଧି କହିଛନ୍ତି ମତେ ଗୃହମନ୍ତ୍ରାଳୟରୁ ଆଦେଶ ମିଳିଛି ଯେ ମତେ ପଥର ମାରିବ ମୁଁ ତାକୁ ଗୁଳି ମାରିଦେବି। ଭିଡିଓରେ ବ୍ୟକ୍ତି ଜଣକ ଏହା ମଧ୍ୟ କହିଛନ୍ତି ଯେଉଁ ପଥର ମତେ ମରାଯିବ ମୁଁ ତାକୁ ରାମ ମନ୍ଦିର ନେଇଯିବି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଯେତେବେଳେ ଏହି ବ୍ୟକ୍ତିଙ୍କ ବିଷୟରେ ଦିଲ୍ଲୀ ପୋଲିସଙ୍କ ଦ୍ୱାରା ସମସ୍ତ ପ୍ରମାଣ ଏକାଠି କରାଯାଇଥିଲା ସେହି ଘଟଣା କିଛି ଅଲଗା ଥିବା କଥା ଜଣା ପଡିଛି।
ଦିଲ୍ଲୀ ପୋଲିସଙ୍କ ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଏହି ବ୍ୟକ୍ତିଙ୍କ ନାଁ ରାକେଶ ତ୍ୟାଗୀ। ସୂଚନା ମୁତାବକ ରାକେଶ ଦିଲ୍ଲୀ ପୋଲିସରେ ସବ ଇନସ୍ପେକ୍ଟର ନୁହଁନ୍ତି। ସେ ୨୦୧୪ ପୂର୍ବରୁ ଦିଲ୍ଲୀ ପୋଲିସରେ କନେଷ୍ଟବଳ ପଦବୀରେ ନିଯୁକ୍ତି ଥିଲେ। କିନ୍ତୁ ୨୦୧୪ରେ ସେ କୌଣସସି କାରଣରୁ VRS ନେଇଥିଲେ। ଏହାପରେ ସେ ଭିନ୍ନ- ଭିନ୍ନ ଘଟଣାରେ ଏଭଳି ଭିଡିଓ କରିଥାନ୍ତି। ରିପୋର୍ଟ ଅନୁଯାୟୀ ଦିଲ୍ଲୀ ପୋଲିସର ସାଇବର ସେଲ ରାକେଶଙ୍କ ବିରୋଦରେ କେସ୍ ରୁଜୁ କରିବା ସହ ଗତ ଗୁରୁବାର ଦିନ ଗିରଫ କରିଛନ୍ତି।