ଦମଦାର କ୍ୟାମେରା ଓ ପ୍ରୋସେସର ସହ ଭାରତୀୟ ବଜାରରେ ଲଞ୍ଚ ହେଲା Oppo A5 2020

ଚୀନ ସ୍ମାର୍ଟଫୋନ ନିର୍ମାତା Oppo କମ୍ପାନୀ ଭାରତୀୟ ବଜାରରେ ଏ5 ୨୦୨୦(Oppo A5 2020 )ସିରିଜର ଏକ ନୂଆ ଭର୍ଜନ ଲଞ୍ଚ କରିଛି । ୟୁଜର୍ସ ମାନଙ୍କୁ ଏହି ଫୋନରେ ୬ ଜିବି ରାମ ସହ ଏଚଡ଼ି ଡିସପ୍ଲେ ଓ ଦମଦାର ପ୍ରୋସେସରର ସପୋର୍ଟ ମିଳିପାରିବ । ଏହି ଫୋନ ଗ୍ରାହକଙ୍କ ପାଇଁ ଅଫଲାଇନ ଷ୍ଟୋର ମାନଙ୍କରେ ମଧ୍ୟ ଉପଲବ୍ଧ ହେବ । ଏହା ପୂର୍ବରୁ କମ୍ପାନୀ ଭାରତ ସମେତ ଅନ୍ୟ କେତେକ ଦେଶରେ ଏହି ଡିଭାଇସକୁ ଲଞ୍ଚ କରିଛି । ଚାଲନ୍ତୁ ଜାଣିବା

oppo

କଣ ରହିଛି ଏହି ଫୋନର ବିଶେଷତା:

କମ୍ପାନୀ ଏହି ଫୋନରେ ୬ ଜିବି ରାମ ଓ ୧୨୮ ଜିବି ବେରିଆଣ୍ଟକୁ ଭାରତୀୟ ବଜାରରେ ୧୪,୯୯୦ ଦର ସହ ଭାରତୀୟ ବଜାରରେ ଲଞ୍ଚ କରିଛି । ଗ୍ରାହକ ମାନେ ଏହି ଫୋନକୁ ଅଫଲାଇନ ଷ୍ଟୋରରେ ମଧ୍ୟ କିଣିପାରିବେ । ଏହା ସହ କମ୍ପାନୀ ଏଥିରେ ୬.୫ ଇଞ୍ଚ ଏଚଡ଼ି ଵଟରଡ୍ରପ ନୋଚ ଡିଷ୍ପ୍ଲେର ସୁବିଧା ଦେଇଛି । ଯାହାର ରିଜୋଲୁସନ ୭୨୦ ୧୬୦୦ ପିକ୍ସଲ ରଖାଯାଇଛି । ଏହା ସହ ୟୁଜର୍ସ ମାନଙ୍କୁ ସ୍ନାପଡ୍ରାଗ ୬୬୫ ଏସଓସି ଓ ୬ ଜିବି ରାମର ସପୋର୍ଟ ମଧ୍ୟ ମିଳିପାରିବ । ଏହାବାଦ ସ୍କ୍ରିନ ପ୍ରୋଟେକ୍ସନ ପାଇଁ ଗରିଲା ଗ୍ଲାସ ସୁବିଧା ମଧ୍ୟ ଦିଆଯାଇଛି ।

oppo

କମ୍ପାନୀ ଏହି ଫୋନରେ କ୍ୱାଡ କ୍ୟାମେରା ସେଟଅପରେ ୧୨ ମେଗା ପିକ୍ସଲର ପ୍ରାଇମେରୀ ସେନ୍ସର, ୮ ମେଗା ପିକ୍ସଲ ଅଲଟ୍ରା ବ୍ବାଇଣ୍ଡ ଏଙ୍ଗଲ ଲେନ୍ସ, ୨ ମେଗା ପିକ୍ସଲର ମୋନୋକ୍ରୋମ ସୁଟର ବ୍ୟବସ୍ଥା ମାନଙ୍କର ସୁବିଧା ମଧ୍ୟ ଦେଇଛି । ଏସବୁ ବାଦ ଦମଦାର ସେଲ୍ଫି ଉଠାଇବା ପାଇଁ ୮ ମେଗା ପିକ୍ସଲ କ୍ୟାମେରା ସପୋର୍ଟ ମିଳିପାରିବ । କନେକ୍ଟିଭିଟି ପାଇଁ ଏଥିରେ ୱାଇଫାଇ, ବଳୁଟୁଥ, ଜିପିଏସ ଓ ୟୁଏସବି ଟାଇପ- ସି ଭଳି ଫିଚର୍ସ ମାନ ମିଳିପାରିବ । ଏସବୁ ବାଦ ଗ୍ରାହକଙ୍କୁ ୫,୦୦୦ ଏମଏଏଚ ବ୍ୟାଟେରୀ ସୁବିଧା ମିଳିପାରିବ ।

Leave A Reply

Your email address will not be published.