ପୁଅର ମୃତ ଦେହକୁ ଘରେ ଛାଡି ମତଦାନ କରିବାକୁ ଗଲା ପରିବାର, ଭୋଟ ଦେଇ ସାରି କଲେ ଅନ୍ତିମ ସଂସ୍କାର

ମତଦାନ ଆମର ଅଧିକାର ବି ଆଉ କର୍ତ୍ତବ୍ୟ ବି । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି ଯିଏ ନିଜର ଏହି କର୍ତ୍ତବ୍ୟର ପାଳନ ଠିକ୍ ଭାବରେ କରନ୍ତି ନାହିଁ । ସାମ୍ନାକୁ ଟିକେ ବି ସମସ୍ୟା ଆସିଗଲେ ମତଦାନ କରିବାକୁ ଛାଡି ଦିଅନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯିଏ ଥାନ୍ତି କର୍ତ୍ତବ୍ୟନିଷ୍ଠ । ଆଉ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କର୍ତ୍ତବ୍ୟ କରିବାକୁ ପଛାନ୍ତି ନାହିଁ । ସେମିତି ଏକ ପରିବାର ହେଉଛି ବିହାରର ମୁଙ୍ଗେର ଜିଲ୍ଲାର । ପୁଅର ମୃତ ଦେହକୁ ଘରେ ଛାଡି ପ୍ରଥମେ ଗଲେ ଭୋଟ୍ ଦେବାକୁ । ପରେ ଆସି କଲେ ଅନ୍ତିମ ସଂସ୍କାର ।

ସୂଚନା ଅନୁସାରେ, ସ୍ଥାନୀୟ ଖଣ୍ଡବିହାରୀ ଗାଁର ପିଣ୍ଟୁ ସିଂହ ନାମକ ଜଣେ ଯୁବକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିବା ପିଣ୍ଟୁଙ୍କର ରବିବାର ରାତିରେ ମୃତ୍ୟୁ ହୋଇଥିଲା । ତେବେ ସୋମବାର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ କେହି ମନେପକାଇ ଦେଲେ ଯେ ଆଜି ଗାଁର ଭୋଟିଂ ବୋଲି ।

ପରିବାର ସଦସ୍ୟଙ୍କ ମଧ୍ୟରୁ ପ୍ରଥମେ ମହିଳା ମାନେ ଭୋଟ୍ ଦେବାକୁ ଯାଇଥିଲେ । ସେମାନେ ଆସିବା ପରେ ପୁରୁଷମାନେ ଯାଇଥିଲେ । ଭୋଟ ଦେଇସାରିବା ପରେ ଘରର ପୁଅର ଅନ୍ତିମ ସଂସ୍କାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.