ମର୍ଦାନୀ-୨ର ଫାଷ୍ଟ ଲୁକ ହେଲା ରିଲିଜ୍ ,ରାଣୀ ଆସିଲେ ଦବଙ୍ଗ ଲୁକରେ ନଜର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ କିଛି ଦିନ ହେବ ତାଙ୍କର ଅପକମିଂ ଫିଲ୍ମ ମର୍ଦାନୀ-୨ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଆଜି ରାଣୀ ଫିଲ୍ମର ପ୍ରଥମ ଲୁକ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋରେ ରାଣୀ ପୋଲିସ୍ ବର୍ଦିରେ ନଜର ଆସିଥାନ୍ତି। ତାଙ୍କ ଲୁକ ଖୁବ ଆର୍କଷଣୀୟ ରହିଛି। ଏହି ଫିଲ୍ମଟି ୨୦୧୪ ମସିହାରେ ରିଲିଜ୍ ହୋଇଥିବା ରାଣୀଙ୍କ ଫିଲ୍ମ ମର୍ଦାନୀର ସ୍ବିକଲ୍ ଅଟେ।


କହିବାକୁ ଚାହିଁବୁ ମର୍ଦାନୀ ଫିଲ୍ମରେ ରାଣୀ ମୁଖାର୍ଜୀ ଜଣେ ଦବଙ୍ଗ ପୋଲିସ ଅଫିସର ଭାବେ ନଜର ଆସିଥିଲେ। ଏହି ଚରିତ୍ରରେ ରାଣୀଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଫିଲ୍ମ ମର୍ଦାନୀ-୨କୁ ରାଣୀଙ୍କ ସ୍ବାମୀ ଆଦିତ୍ୟ ଚୋପ୍ରା ପ୍ରଡ୍ୟୁସ କରୁଛନ୍ତି। ସେହିପରି ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଗୋପି ପୁଥରନ ରହିଛନ୍ତି।


ମର୍ଦାନୀ-୨ରେ ରାଣୀ ଏକ ୨୧ବର୍ଷର ଭୟାନକ ଖଳନାୟକର ସାମ୍ନା କରୁଥିବା ଦେଖାଯାଇଛି। ଫିଲ୍ମର କାହାଣୀ ମୁମ୍ବାଇରୁ ଆରମ୍ଭ ହୋଇ ରାଜସ୍ଥାନ ଯାଏଁ ବ୍ୟପିଥିବାର ରାକେଟ ଉପରେ ଆଧାରିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.