ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ସାବିତ୍ରୀ ଅଗ୍ରଓ୍ଵାଲ

କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ସାବିତ୍ରୀ ଅଗ୍ରଓ୍ଵାଲ। ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ। ଶହ ଶହ ସମର୍ଥକଙ୍କ ସହ ଯାଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍କ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୧୯ ତାରିଖରେ ଏଠାରେ ଭୋଟଗ୍ରହଣ ହେବ। ଗତକାଲି ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପୂର୍ବରୁ ପାଟକୁରା ପାଇଁ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ନିର୍ବାଚନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ସ୍ଥଗିତ ରହିଥିଲା ପାଟକୁରା ନିର୍ବାଚନ । ମେ ୧୯ ତାରିଖରେ ପାଟକୁରାରେ ଭୋଟ୍‌ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.