ଆଉ ନାହାନ୍ତି ପ୍ରସିଦ୍ଧ ଚିତ୍ରକର କେସି ଶିବଶଙ୍କର, ‘ଜହ୍ନମାମୁଁ’ ମାଗାଜିନର ‘ବିକ୍ରମ ବେତାଳ’ ଛବିରୁ ମିଳିଥିଲା ପରିଚୟ

ପ୍ରସିଦ୍ଧ ଚିତ୍ରକର କେସି ଶିବଶଙ୍କରଙ୍କ ୯୭ ବର୍ଷ ବୟସରେ ପରଲୋକ ଘଟିଛି। ୨୯ ସେପ୍ଟେମ୍ବର ଚେନ୍ନାଇରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ‘ଚନ୍ଦା ମାମା’ ନାଁରେ ଲୋକେ ଡାକୁଥିଲେ। ବିକ୍ରମ ବେତାଳ କାହାଣୀଗୁଡ଼ିକୁ ‘ଜହ୍ନମାମୁଁ’ ମାଗାଜିନରେ ଚିତ୍ରିତ କରିବା ପରେ ତାଙ୍କୁ ଦେଶ ସାରା ପରିଚୟ ମିଳିଥିଲା। କେସି ଶିବଶଙ୍କର ୬୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ନିଜକୁ କଳା କ୍ଷେତ୍ରରେ ନିୟୋଜିତ ରଖିଥିଲେ। ତାଙ୍କ ନିଧନ ଖବର ଶୁଣି ଲୋକେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାରେ ଲାଗିଛନ୍ତି।

ii

ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ବିତିଯାଇଥିବା ନିଜର ସ୍ମୃତିକୁ ତାଜା କରିଛନ୍ତି, ଯେତେବେଳେ ପିଲା ବଡ଼ ହୋଇ ‘ଜହ୍ନମାମୁଁ’ ପଢ଼ୁଥିଲେ। ସେ ଏକ ଟୁଇଟ କରି କହିଛନ୍ତି, ‘କେସି ଶିବଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି। ‘ଜହ୍ନମାମୁଁ’ର ଚିତ୍ରକର ଓ ସମ୍ପାଦକ। ୬୦ରୁ ୧୯୯୦ ଦଶକର ପିଢ଼ି ଆଗକୁ ବଢୁଛି। ଆମ ସ୍କୁଲରେ ବହୁତ ଲୋକପ୍ରିୟ ବହୁଭାଷୀ ନୈତିକ ବିଜ୍ଞାନ ପତ୍ରିକା ପଢୁଛନ୍ତି। ସମୟ ଆଗକୁ ବଢୁଛି’।

pp

ଶିବଶଙ୍କରଙ୍କ ଜନ୍ମ ୧୯୨୭ରେ ହୋଇଥିଲା। ୧୯୩୪ରେ ସେ ମା’ ଏବଂ ଭାଇ, ଭଉଣୀଙ୍କ ସହ ଚେନ୍ନାଇ ପଳାଇଯାଇଥିଲେ। ବହୁତ ଛୋଟବେଳୁ ହିଁ ତାଙ୍କର କଳାର ପ୍ରତିଭା ଫୁଟିଉଠିଥିଲା। ୧୯୫୨ରେ ତାଙ୍କୁ ନାଗୀ ରେଡ୍ଡୀ କାମରେ ରଖିଥିଲେ। ଶିବଶଙ୍କର ୬୦ ଦଶକରେ ରାଜା ବିକ୍ରମଙ୍କ କାନ୍ଧରେ ବେତାଳର ଶବ ଲଟକିଥିବାର ଏକ ଛବି ଆଙ୍କି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Leave A Reply

Your email address will not be published.