ବିଲେଇଙ୍କ ବଲ୍‌ ଖେଳ ଦେଖି ଲୋକେ ଦେଲେ ବେଷ୍ଟ ଅଡିୟାନ୍ସ ଆଓ୍ଵାର୍ଡ, ଆପଣ ବି ଦେଖନ୍ତୁ ବିଲେଇଙ୍କ ଏହି କ୍ୟୁଟ ଭିଡିଓ

ବିଲେଇ ବହୁତ କ୍ୟୁଟ ହୋଇଥାନ୍ତି। ଏମାନଙ୍କୁ ଦେଖିଲେ ଏକ ବହୁତ ସୁନ୍ଦର ଫିଲିଙ୍ଗସ୍‌ ଆସେ। ବିଳେଇକୁ ଦେଖିଲେ ଗେଲ କରିବାକୁ ଦୌଡିଯାଆନ୍ତି ଲୋକେ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆଉ ବିଲେଇଙ୍କର ଏଭଳି ଷ୍ଟାଇଲ ଦେଖି ଆପଣ ବହୁତ ଖୁସି ହୋଇଯିବେ।

ଭିଡିଓରେ ଆପଣ ଦେଖିପାରୁପାରୁଥିବେ ଯେ ତିନୋଟି ବିଲେଇ ଗଜବ ରିଆକସନ୍‌ ଦେଇଛନ୍ତି। ଯାହାକୁ ଦେଖି ପବ୍ଲିକ ବେଷ୍ଟ ଅଡିୟାନ୍ସର ଉପାଧୀ ଦେଇଛନ୍ତି। ଏହି ଭିଡିଓକୁ ଜଣେ ଟ୍ଵିଟର ୟୁଜର ସେୟାର କରି କ୍ୟାପସନରେ ‘ଦ ବେଷ୍ଟ ଅଡିୟାନ୍ସ’ ଲେଖିଛନ୍ତି।

ଏମାନେ ଏକ ଝରକା ଉପରେ ବସି ବଲ୍‌ ଖେଳ ଦେଖୁଛନ୍ତି ଆଉ ଏମାନଙ୍କର ପୂରା ଧ୍ୟାନ ସେହି ବଲ ଉପରେ। ବଲ୍‌ ଯୁଆଡେ ଯୁଆଡେ ଯାଉଛି ବିଲେଇଙ୍କ ଆଖି ସିଆଡେ ସିଆଡେ ଦେଖୁଛନ୍ତି। ଯେତେବେଳେ ବଲ୍‌ ଆରପଟକୁ ଯାଉଛି ସେମାନେ ଆରପଟକୁ ଚାହୁଁଛନ୍ତି ଆଉ ଏପଟକୁ ଆସିଲେ ସେମାନେ ଏପଟକୁ ବି ଚାହୁଁଛନ୍ତି।

ତେବେ ବିଲେଇଙ୍କର ଏହି କ୍ୟୁଟ ଲୁକ୍‌ ଦେଖି ଆପଣ ଏକଦମ୍‌ ଖୁସି ହୋଇଯିବେ ଆଉ ମୁହଁରେ ସ୍ମାଇଲ ବି ଆସିଯିବ। ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।