ଲିଫ୍ଟ ଇଣ୍ଡିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ନବନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ପାଟଣାଗଡ଼’ ମନୋନୀତ

କୋଲକାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଓ ମୁମ୍ବାଇଠାରେ ଆୟୋଜିତ ହେବାକୁ ଯାଉଥିବା ଲିଫ୍ଟ ଇଣ୍ଡିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ନବନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ପାଟଣାଗଡ଼’ ମନୋନୀତ ହୋଇଥିବାରୁ ଏହାର ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନିର୍ଦ୍ଦେଶ ରାଜେଶ ଟଚରିଭରଙ୍କୁ ଓଡିଶା ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜଣେ ସଫଳ ନିର୍ଦ୍ଦେଶକ ଭାବେ ଟଚରିଭର ଏପର୍ଯ୍ୟନ୍ତ ୧୮ଟି ଆନ୍ତର୍ଜାତିକ ଓ ୪ଟି ଜାତୀୟ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହଲି, ରବୀନ୍ଦ୍ର ବିଶ୍ୱାଳ ଓ ‘ପାଟଣାଗଡ଼’ ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଉପସ୍ଥିତ ରହି ଟଚରିଭରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।