Below header

ଫାରୁକ୍‌ଙ୍କ ବିସ୍ଫୋରକ ବୟାନ : ପୁଣି ଆର୍ଟିକିଲ୍‌‌ ୩୭୦ ପାଇଁ କଲେ ଓକିଲାତି, କହିଲେ ଚୀନ୍‌ କରିପାରେ ଆମର ସହାୟତା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପୂର୍ବ ମୂଖ୍ୟମନ୍ତ୍ରୀ ତଥା ନେସ୍‌ନାଲ୍‌ କନ୍‌ଫରେନ୍ସ ପାର୍ଟିର ନେତା ଫାରୁକ୍‌ ଅବଦୁଲା କଶ୍ମୀରକୁ ନେଇ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଆର୍ଟିକିଲ୍‌ ୩୭୦ ଉଚ୍ଛେଦ ନେଇ ସେ ଏପରି କଥା କହିଛନ୍ତି ଯାହାକୁ ନେଇ ଦେଶରେ ହଙ୍ଗାମା ସୃଷ୍ଟି ହେବାକୁ ଯାଉଛି ।

farooq-2

ଫାରୁକ୍‌ ଏଥର କହିଛନ୍ତି, ଚୀନ୍‌ ସମର୍ଥନରେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆର୍ଟିକିଲ୍‌ ୩୭୦ ଲାଗୁ ହୋଇପାରେ । ଫାରୁକ୍‌ ୩୭୦ କୁ ସମର୍ଥନ କରିବା ନେଇ ଆଗରୁ ବହୁତ କଥା କହିଥିଲେ ହେଁ ଏଥର ଚୀନ୍‌ର ନାମ ନେଇ ଦେଶକୁ ବିବାଦ ମୋଡ଼କୁ ନେଇ ଯାଇଛନ୍ତି । ଫାରୁକ କହିଛନ୍ତି, ଆର୍ଟିକିଲ୍‌ ୩୭୦ ଓ ୩୫ ଏ ଜମ୍ମୁ-କଶ୍ମୀରରେ ପୁଣି ଥରେ ଲାଗୁ କରିବା ଅସମ୍ଭବ ।

farooq-1

ତେଣୁ ଚୀନ୍‌ ଯଦି ସମର୍ଥନ କରେ ପୁନର୍ବାର ଆର୍ଟିକିଲ୍‌ ୩୭୦ ଲାଗୁ ହୋଇପାରେ । ଏହା ପୂର୍ବରୁ ଫାରୁକ୍‌ କହିଥିଲେ, ଯଦି ଲଦାଖ ପାଇଁ ଭାରତ ଚୀନ୍‌ ସହ କଥାବାର୍ତ୍ତା କରିପାରୁଛି ତେବେ କଶ୍ମୀର ପାଇଁ ପଡୋଶୀ ଚୀନ୍‌ ସହ କଥା ହୋଇ ସମସ୍ୟାର ସମାଧାନ କରିବା ଦରକାର ।

farooq

ସେ ଆହୁରି କହିଥିଲେ, ନା କାଶ୍ମୀର ଲୋକ ନିଜକୁ ଭାରତୀୟ ମାନନ୍ତି ନା ଭାରତୀୟ ହେବାକୁ ଚାହାଁନ୍ତି । ବରଂ ଚୀନ୍‌ ସେମାନଙ୍କ ଉପରେ ଶାସନ କରିବା ଚାହାଁନ୍ତି । ଫାରୁକ୍‌ଙ୍କ ଏହି ବୟାନକୁ ନେଇ ପୁଣି ଥରେ ଦେଶରେ ହଙ୍ଗାମା ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.