Below header

ରେଷ୍ଟୁରାଣ୍ଟରେ ଡିନର ପରେ ପରିବାରର ବିଲ୍‌ ଆସିଲା ୧୨ ହଜାର, ସର୍ଭିସ୍‌ ଟ୍ୟାକ୍ସ ୯୭୦ ଟଙ୍କାକୁ ନେଇ ଉଭୟ ପକ୍ଷ ମାରପିଟ୍‌

ନୋଏଡାର ସେକ୍ଟର-୭୫ସ୍ଥିତ ସ୍ପେକ୍ଟ୍ରମ୍ ମଲ୍‌କୁ ରବିବାର ଡିନର କରିବାକୁ ଯାଇଥିଲେ ଏକ ପରିବାର। ଖାଦ୍ୟ ଖାଇସାରିବା ପରେ ସର୍ଭିସ୍‌ ଟ୍ୟାକ୍ସକୁ ନେଇ ଏହି ପରିବାର ଏବଂ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ମଧ୍ୟରେ ଖୁବ୍‌ ମାରପିଟ ହୋଇଥିବା ସୂଚନା ରହିଛି।

ନୋଏଡାର ସେକ୍ଟର-୭୫ସ୍ଥିତ ସ୍ପେକ୍ଟ୍ରମ୍ ମଲ୍‌କୁ ରବିବାର ଡିନର କରିବାକୁ ଯାଇଥିଲେ ଏକ ପରିବାର। ଖାଦ୍ୟ ଖାଇସାରିବା ପରେ ସର୍ଭିସ୍‌ ଟ୍ୟାକ୍ସକୁ ନେଇ ଏହି ପରିବାର ଏବଂ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ମଧ୍ୟରେ ଖୁବ୍‌ ମାରପିଟ ହୋଇଥିବା ସୂଚନା ରହିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ପକ୍ଷର ଲୋକେ ପରସ୍ପରକୁ ଜୋରରେ ମାଡ଼ ମାରୁଥିବା ଦେଖାଯାଉଛି।

ଯାହା ହାତରେ ଯିଏ ପଡ଼ିଛି, ସେ ତାକୁ ମାଡ଼ ମାରିଛି। ଏହି ସମୟରେ ମହିଳାମାନେ ମଧ୍ୟ ଆହତ ହୋଇଛନ୍ତି। ଏହି ମାମଲାରେ ଉଭୟ ପକ୍ଷଙ୍କ ତରଫରୁ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଜଣେ ମହିଳା ତାଙ୍କ ପରିବାରର ୧୨ ଜଣ ସଦସ୍ୟଙ୍କ ସହ ସେକ୍ଟର-୭୫ରେ ଥିବା ଡ୍ୟୁଟି ଫ୍ରି ରେଷ୍ଟୁରାଣ୍ଟକୁ ଡିନର କରିବାକୁ ଯାଇଥିଲେ। ସେଠାରେ ଡିନର କରିସାରିବା ପରେ ପାଖାପାଖି ୧୨ ହଜାର ଟଙ୍କାର ବିଲ୍ ଆସିଥିଲା। ଏଥିରେ ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ ୯୭୦ ଟଙ୍କା ସର୍ଭିସ୍‌ ଟ୍ୟାକ୍ସ ଯୋଡ଼ିଥିବାରୁ ପରିବାର ସଦସ୍ୟ ଆପତ୍ତି ଉଠାଇଥିଲେ।

ଏହି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ପକ୍ଷର ଲୋକେ ପରସ୍ପର ମଧ୍ୟରେ ମାରପିଟ ଲାଗିଥିଲେ। ଭିଡିଓରେ ଦେଖାଯାଉଛି ଯେ ପ୍ରଥମେ ରେଷ୍ଟୁରାଣ୍ଟ ୱେଟରମାନେ ଏହି ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି, ପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହେଉଛି।

ଏହି ସମୟରେ ମହିଳାମାନେ ପରସ୍ପରକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ରେଷ୍ଟୁରାଣ୍ଟ ବାହାରକୁ ବାହାର କରି ଦିଆଯାଉଛି। ଭିଡିଓରେ ମଲ୍‌ର ସୁରକ୍ଷା କର୍ମୀ ମଧ୍ୟ ନଜର ଆସୁଛନ୍ତି।

ପୋଲିସ କହିଛି ଯେ ଡିନର କରିବାକୁ ଆସିଥିବା ଲୋକଙ୍କୁ ଆମାଜନରୁ ରିହାତି କୁପନ ମିଳିଥିଲା। ବିଲ୍ ଆସିବା ପରେ ଯେତେବେଳେ ଏହି ଲୋକମାନେ ଆମାଜନ କୁପନ୍ ଦେଖାଇ ସର୍ଭିସ୍‌ ଟ୍ୟାକ୍ସ ନ ଦେବା କଥା କହିଥିଲେ, ସେହି ସମୟରେ ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ କହିଥିଲା ଯେ ଆମେ ଆପଣଙ୍କୁ ରିହାତି ବି ଦେବୁ, ଟ୍ୟାକ୍ସ ବି କୋହଳ କରିବୁ, ଏହା ହୋଇପାରିବ ନାହିଁ। ଏହି ମାମଲାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.