Below header

ଲକ୍‌ଡାଉନ୍‌ ବେଳେ ଫିଲ୍ମ ପ୍ରୋଡ୍ୟୁସର ପିତାଙ୍କ ବିବାହା କରାଇଲେ ଝିଅ, ଦ୍ୱିତୀୟ ପତ୍ନୀ ୨୦ ବର୍ଷ ସାନ

ସେଲିବ୍ରେଟିଙ୍କ ଜୀବନ ଶୈଳୀ ବହିର ଏକ ଖୋଲା ପୃଷ୍ଟା । ତାଙ୍କ ଜୀବନରେ ଘଟୁଥିବା ବହୁତ କିଛି ଲୁଚି ରହେନି । ଏମିତି ଏକ ଖବର ବଲିଉଡ୍‌ରେ ଚର୍ଚ୍ଚାକୁ ଆସିଛି । କରୋନା ପ୍ରଭାବରେ ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ରେ ସମସ୍ତ ଗତିବିଧି ବନ୍ଦ ହୋଇଯାଇଛି ।

ହେଲେ ଏହି ସମୟରେ କିଛି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲିଉଡ୍‌ର କିଛି ସେଲିବ୍ରେଟି ଚୁପ୍‌ ଚାପ୍‌ ବିବାହ ହୋଇଯାଇଛନ୍ତି । କିଛି ଦିନ ତଳେ ବିଗ୍‌ ବସ୍‌ ୨ ର ବିଜେତା ଆଶୁତୋଷ କୈାଶିକ ଲକ୍‌ଡାଉନ୍‌ ମଝିରେ ଆଲିଗଡ଼ର ଯୁବତୀଙ୍କୁ ବିବାହ କରିଛନ୍ତି ।

ଏବେ ସିନେମା ସହିତ ଜଡ଼ିତ ଆଉ ଜଣେ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦମ୍ପତିଙ୍କ ବିବାହର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଏହି ସେଲିବ୍ରେଟି ହେଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରୋଡ୍ୟୁସର୍‌ ଦିଲ୍‌ ରାଜୁ ।

ସେ ନିକଟରେ ନିଜ ଝିଅର କଥାରେ ଲକ୍‌ଡାଉନ୍‌ ବେଳେ ବିବାହ କରିଛନ୍ତି । ବିବାହ ନିଜାମାବାଦ୍‌ ଭେଙ୍କେଟେଶ୍ୱର ମନ୍ଦିରରେ ସମ୍ପନ୍ନ ହୋଇଛି । ଏହି ବିବାହରେ କେବଳ ରାଜୁଙ୍କର ଅତି ନିକଟତମ୍‌ ଲୋକ ସାମିଲ ହୋଇଥିଲେ ।

dil-raju-2

ରାଜୁଙ୍କର ଦ୍ୱିତୀୟ ବିବାହର ସମସ୍ତ ଯୋଗାଡ କରିଥିଲେ ନିଜ ଝିଅ ହଂସିତା ରେଡ୍ଡି । ରାଜୁଙ୍କର ଦ୍ୱିତୀୟ ପତ୍ନୀ ରାଜୁଙ୍କ ଠାରୁ ୨୦ ବର୍ଷ କମ୍‌ ବୋଲି ଜଣାଯାଇଛି । ରାଜୁଙ୍କର ବୟସ ୪୯ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ବୟସ ୨୯ ବର୍ଷ ।

dil-raju-4jpg

ରାଜୁଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ୨୦୧୭ ମସିହାରେ ହୋଇଯାଇଛି । ଦିଲ୍‌ ରାଜୁଙ୍କ ପ୍ରକୃତ ନାମ ଭେଙ୍କେଟ୍‌ ରମନ୍‌ ରେଡ୍ଡି । ଦକ୍ଷିଣରେ ତାଙ୍କୁ ସମସ୍ତେ ଦିଲ୍‌ ରାଜୁ ନାମରେ ଜାଣନ୍ତି ।

 

dil-raju.7

ରାଜୁ ଆର୍ଯ୍ୟ, ଭଦ୍ରା, ବନ୍ଦାବନନ୍‌, ମିଷ୍ଟର ପରଫେକ୍ଟ, ଓ ମାଇ ଫ୍ରେଣ୍ଡ୍‌, ଲବର ଓ ସୁପ୍ରିମ୍‌ ଭଳି ୩୫ ଫିଲ୍ମ ପ୍ରୋଡ୍ୟୁସ୍‌ କରିଛନ୍ତି । ତେଲ୍‌ଗୁ ସିନେମାରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ନେସ୍‌ନାଲ୍‌ ଆଓ୍ଵାର୍ଡ ପୁରସ୍କାର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.