ସ୍ୱତନ୍ତ୍ର ବିମାନରେ ଘର ବାହୁଡିଲେ ଦୁବାଇରେ ଫସିଥିବା ପ୍ରବାସୀ, ସମସ୍ତଙ୍କ ସ୍କ୍ରିନିଂ କରି ପଠାଯିବ କ୍ବାରେଣ୍ଟାଇନ ସେଣ୍ଟର

କେନ୍ୟୁଜ୍(ବ୍ୟୁରୋ): ଘର ବାହୁଡିଲେ ଦୁବାଇରେ ଫସିଥିବା ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ ୧୫୦ ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୧୨ଟି ଜିଲ୍ଲାର ୧୫୦ ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି।ସ୍କ୍ରିନିଂ ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯିବାର ବ୍ୟବସ୍ଥା ରହିଛି।

ଭୁବନେଶ୍ୱରରେ ପହଞ୍ଚିବା   ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସବୁ ପ୍ରବାସୀଙ୍କର ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ମଧ୍ୟ ସୂଚନା ଦେଇଥିଲେ।

air port

୨୦ ଜଣ ଲେଖାଏଁ ଯାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରି ବାହାରକୁ ଛଡ଼ାଯିବ । ଭୁବନେଶ୍ୱର ବିମାନବନ୍ଦରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ ଅଲଗା ରଖି ଚିକିତ୍ସା କରାଯିବ । ଲକ୍ଷଣ ନଥିବା ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ରହିବେ । ୧୨ଟି ଜିଲ୍ଲାକୁ ଯାତ୍ରୀଙ୍କ ଯିବା ପାଇଁ ଗାଡ଼ି ବ୍ୟବସ୍ଥା କରାଯାଇଛି । ଦୂର ଜିଲ୍ଲାର ବିମାନ ଯାତ୍ରୀ ଭୁବନେଶ୍ୱରରେ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ଯାତ୍ରୀଙ୍କୁ ଛାଡ଼ିବା ପରେ ବିମାନଟି ଦିଲ୍ଲୀ ଫେରିଯିବ । ପଞ୍ଜିକରଣ ପରେ ଯାତ୍ରୀମାନେ ନିଜ ଘରକୁ ଫେରିପାରିବେ । ଭୁବନେଶ୍ୱର ଏୟାରପୋର୍ଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.