ସିଂଘମ ଭଳି ଫିଲ୍ମ ବହୁତ ହାନିକାରକ ବାର୍ତ୍ତା ଦେଇଥାଏ : ବମ୍ବେ ହାଇକୋର୍ଟ

ବମ୍ବେ ହାଇକୋର୍ଟ ଜଜ ଜଷ୍ଟିସ ଗୌତମ ପଟେଲ ଶୁକ୍ରବାର କହିଛନ୍ତି ଯେ ଆଇନ ପ୍ରକ୍ରିୟାକୁ ଅଣଦେଖା କରି ତୁରନ୍ତ ନ୍ୟାୟ ଦେଉଥିବା ’ହିରୋ ପୋଲିସ କର୍ମୀ’ ଙ୍କ ଫିଲ୍ମ ଷ୍ଟାଇଲ ପ୍ରତିଛବି ବହୁତ ମାରାତ୍ମକ ବାର୍ତ୍ତା ଦେଇଥାଏ । ଯାହାକି ‘ସିଂଘମ’ ଭଳି ଫିଲ୍ମରେ ଦେଖାଯାଇଛି ।

ମୁମ୍ବଇ : ବମ୍ବେ ହାଇକୋର୍ଟ ଜଜ ଜଷ୍ଟିସ ଗୌତମ ପଟେଲ ଶୁକ୍ରବାର କହିଛନ୍ତି ଯେ ଆଇନ ପ୍ରକ୍ରିୟାକୁ ଅଣଦେଖା କରି ତୁରନ୍ତ ନ୍ୟାୟ ଦେଉଥିବା ’ହିରୋ ପୋଲିସ କର୍ମୀ’ ଙ୍କ ଫିଲ୍ମ ଷ୍ଟାଇଲ ପ୍ରତିଛବି ବହୁତ ମାରାତ୍ମକ ବାର୍ତ୍ତା ଦେଇଥାଏ । ଯାହାକି ‘ସିଂଘମ’ ଭଳି ଫିଲ୍ମରେ ଦେଖାଯାଇଛି ।

‘ଇଣ୍ଡିଆନ୍‌ ପୁଲିସ ଫାଉଣ୍ଡେସନ’ ର ବାର୍ଷିକ ଦିବସ ଓ ପୋଲିସ ସୁଧାର ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଜଷ୍ଟିସ ପଟେଲ ଏହା କହିଛନ୍ତି ଏବଂ ଆଇନ ପ୍ରକ୍ରିୟା ପ୍ରତି ଲୋକଙ୍କ ‘ବ୍ୟଗ୍ରତା’ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ବଳାତ୍କାର ଅଭିଯୁକ୍ତକୁ ଏନକାଉଣ୍ଟରେ ମାରି ଦିଆଯିବା ପରେ ଉତ୍ସବ ମନାଇବା ନ୍ୟାୟ କି ?

ଜଷ୍ଟିସ ପଟେଲ ଆହୁରି କହିଲେ ଯେ ଯେତେବେଳେ ଲୋକେ ଭାବନ୍ତି,ଅଦାଲତ ତା’ର କାମ କରୁନାହିଁ, ସେତେବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରନ୍ତି । ଯେତେବେଳେ ବଳାତ୍କାର ଅଭିଯୁକ୍ତ ପଳାବାକୁ ଦୌଡେ, ଯଦି ତାକୁ ଏନକାଉଣ୍ଟରରେ ମାରିଦିଆଯାଏ । ଲୋକେ କୁହନ୍ତି ଯେ ନ୍ୟାୟ ମିଳିଗଲା, ଏହା କ’ଣ ନ୍ୟାୟ ବୋଲି ଜଷ୍ଟିସ କହିଛନ୍ତି ।

singham

ସିଂଘମ ଫିଲ୍ମରେ ତା’ର କ୍ଲାଇମାକ୍ସରେ ଦେଖାଯାଇଛି ଯେ ପୁରା ପୋଲିସ ଫୋର୍ସ ପ୍ରକାଶ ରାଜ ଅଭିନୀତ ନେତା ଉପରେ ଲାଗି ପଡିଛନ୍ତି । ଯାହାକି ଦେଖାଉଛି ଯେ ଏବେ ନ୍ୟାୟ ମିଳିଗଲା । ତେବେ ଏହା କ’ଣ ନ୍ୟାୟ ? ଆମକୁ ଚିନ୍ତା କରିବାକୁ ପଡିବ ଏହି ବାର୍ତ୍ତା ସମାଜ ପାଇଁ କେତେ ମାରାତ୍ମକ ବୋଲି ଜଷ୍ଟିସ ପଟେଲ କହିଛନ୍ତି ।

ପ୍ରକାଶଯୋଗ୍ୟ, ରୋହିତ ସେଟ୍ଟୀ ଦ୍ୱାରା ନିର୍ଦ୍ଦେଶିତ ସିଂଘମ(୨୦୧୧)ରେ ଅଜୟ ଦେବଗନ ପୋଲିସ ଅଧିକାରୀ ଭୂମିକାରେ ଥିଲେ । ଏହା ୨୦୧୦ ମୁକ୍ତିଲାଭ କରିଥିବା ତାମିଲ ଫିଲ୍ମ ‘ସିଂଘମ’ର ରିମେକ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.