ୟୁକ୍ରେନର ପରମାଣୁ ପାୱାର ପ୍ଲାଣ୍ଟ ଉପରେ ରୁଷ୍ର ଆକ୍ରମଣ, ବଢ଼ିଲା ୧୦ ଗୁଣା ଅଧିକ ବିପଦ

ୟୁକ୍ରେନର ପରମାଣୁ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ୍। ଜାଫୋରିଜା ପରମାଣୁ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଛି। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମୋତ୍ରୋ କୁଲେବା ଏନେଇ ସୂଚନା ଦେଇଛନ୍ତି। ଆକ୍ରମଣ ପରେ ପାୱାର ପ୍ଲାଣ୍ଟରେ ନିଆଁ ଲାଗିଛି। ଜାଫୋରିଜା ପରମାଣୁ ପାୱାର ପ୍ଲାଣ୍ଟରେ ନିଆଁ ଲାଗିବାରୁ ଚେରନୋବିଲ୍ ଠାରୁ ୧୦ ଗୁଣା ଅଧିକ ବିପଦ ସୃଷ୍ଟି ହୋଇପାରେ। ଏଣୁ ତୁରନ୍ତ ରୁଷ୍ ଆକ୍ରମଣ ବନ୍ଦ କରିବାକୁ କୁଲେବା କହିଛନ୍ତି।
ସୂଚନାଯୋଗ୍ୟ ଯେ ଜାଫୋରିଜା ପରମାଣୁ ପାୱାର ପ୍ଲାଣ୍ଟ ହେଉଛି ୟୁରୋପର ସବୁଠାରୁ ବଡ଼ ପରମାଣୁ ପାୱାର ପ୍ଲାଣ୍ଟ। ବୁଧବାର IAEA ଡିଜି ରାଫେଲ ଗ୍ରୋସି ପରମାଣୁ ରିଆକ୍ଟର ସୁରକ୍ଷା ଉପରେ ଉଦ୍ବେଗ ପ୍ରକାଶ କରିଥିଲେ। ଏହାର ଦିନକ ପରେ ଆକ୍ରମଣ ଖବର ଆସିଛି।
Russian army is firing from all sides upon Zaporizhzhia NPP, the largest nuclear power plant in Europe. Fire has already broke out. If it blows up, it will be 10 times larger than Chornobyl! Russians must IMMEDIATELY cease the fire, allow firefighters, establish a security zone!
— Dmytro Kuleba (@DmytroKuleba) March 4, 2022
ପ୍ରକାଶ ଯେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିବାକୁ ରୁଷ ସେନା ପୂରା ଦମ୍ରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ୟୁକ୍ରେନ୍ ବି ଅସ୍ତ୍ର ଛାଡ଼ିବାକୁ ମନା କରି ଦେଇଛି। ଫଳରେ ସେଠାରେ ସ୍ଥିତି ଖରାପ ହେବାରେ ଲାଗିଛି।
⚡️Russian forces are firing at Europe’s largest nuclear power plant, the Zaporizhzhia Nuclear Power Station in Enerhodar, a city on the Dnipro River that accounts for about one-quarter of Ukraine’s power generation.
The city’s Mayor Dmytro Orlov said the plant is now on fire.
— The Kyiv Independent (@KyivIndependent) March 4, 2022
Read Also: ତ୍ୱଚା ଓ କେଶ ପାଇଁ କୌଣସି ବରଦାନଠୁ କମ୍ ନୁହେଁ ମୂଳା, ଜାଣନ୍ତୁ କେମିତି କରିବେ ବ୍ୟବହାର