ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍, ୧୦୦ତମ ଟେଷ୍ଟ ଖେଳିବେ ବିରାଟ କୋହଲି

ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍। ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ ବିରାଟ କୋହଲି। ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଆଜି ପଞ୍ଜାବର ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ଖୁବ ଖାସ୍ ରହିବ। ସବୁଠାରୁ ବଡ଼ କଥା ହେଉଛି ରୋହିତ ଶର୍ମା ଟେଷ୍ଟ ଫର୍ମାଟରେ ପ୍ରଥମ ଥର ପାଇଁ ଆଜି ନେତୃତ୍ୱ ନେବେ।
100 reasons to celebrate Test match No. 100. Its been a fabulous century. Great to watch a lot of it ringside. Enjoy this one champ through the covers…🤗 @imVkohli #VK100 pic.twitter.com/iGeoxyrEzQ
— Ravi Shastri (@RaviShastriOfc) March 3, 2022
୩୩ ବର୍ଷୀୟ କୋହଲି ଏ ପର୍ଯ୍ୟନ୍ତ ୯୯ଟି ଟେଷ୍ଟ ଖେଳି ୨୭ଟି ଶତକ ସହ ୫୦. ୩୯ ରନ୍ ହାରରେ ୭ ହଜାର ୯୬୨ ରନ୍ ସଂଗ୍ରହ କରିଛନ୍ତି। ମୋଟ ଉପରେ କହିବାକୁ ଗଲେ କୋହଲି ୭୧ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି।
Very grateful for the journey so far. A big day and a special test match. Can’t wait to get this started. 🇮🇳 pic.twitter.com/NPAJNSbl2U
— Virat Kohli (@imVkohli) March 3, 2022
ଗତ ସିରିଜ୍ରେ ଭାରତ ୨-୧ରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ତାର ଗତ ସିରିଜ୍ରେ ୱେଷ୍ଟଇଣ୍ଡିଜକୁ ୨-୦ରେ ପରାସ୍ତ କରିଛି। ଏହି ସିରିଜ୍ ICC ଟେଷ୍ଟ ଚାମ୍ପିୟନସିପ୍ର ଅଂଶବିଶେଷ ଓ ଭାରତ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ବଦଳରେ ଶୁବମନ ଗିଲ୍ ଓ ହନୁମା ବିହାରୀ ଟିମ୍ରେ ମିଡିଲ୍ ଅର୍ଡର ବ୍ୟାଟିଂ ଦାୟିତ୍ୱ ନେବେ। ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ମ୍ୟାଚ ଦେଖିପାରିବେ। ସେହିଭଳି ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ନିଯୁକ୍ତ ହେବା ପରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଏହା ପ୍ରଥମ ମ୍ୟାଚ ହେବ।