ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ, ପ୍ରଧାନମନ୍ତ୍ରୀ ମୋଦି ଦେଲେ ସୂଚନା
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଭାରତ ରତ୍ନରେ ସମ୍ମାନିତ ହେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଘୋଷଣା କରିଛନ୍ତି । ଭାରତ ପ୍ରଗତିରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ ।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଭାରତ ରତ୍ନରେ ସମ୍ମାନିତ ହେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଘୋଷଣା କରିଛନ୍ତି । ଭାରତ ପ୍ରଗତିରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ । ସେ ତୃଣମୂଳ ସ୍ତରରୁ କାମ କରି ଆମ ଉପପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦେଶର ସେବା କରିଛନ୍ତି । ସେ ଦେଶର ଗୃହ ମନ୍ତ୍ରୀ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ରହିବ ।
I am very happy to share that Shri LK Advani Ji will be conferred the Bharat Ratna. I also spoke to him and congratulated him on being conferred this honour. One of the most respected statesmen of our times, his contribution to the development of India is monumental. His is a… pic.twitter.com/Ya78qjJbPK
— Narendra Modi (@narendramodi) February 3, 2024
ଏନେଇ ମୋଦି Xରେ ଲେଖିଛନ୍ତି, ‘ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିବା ମୋ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ମୁହୂର୍ତ୍ତ । ଏହି ଅବସରରେ ମୁଁ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଉଛି । ଆଡଭାନୀ ହେଉଛନ୍ତି, ଆମ ସମୟର ସମ୍ମାନଜନକ ରାଜନେତାଙ୍କ ମଧ୍ୟରୁ ଜଣେ । ଭାରତ ପ୍ରଗତିରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ । ସେ ତୃଣମୂଳ ସ୍ତରରୁ କାମ କରି ଆମ ଉପପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦେଶର ସେବା କରିଛନ୍ତି । ସେ ଦେଶର ଗୃହ ମନ୍ତ୍ରୀ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ରହିବ ।’
୧୯୨୭ରେ ପାକିସ୍ତାନ କରାଚିରେ ଜନ୍ମଗ୍ରହଣ କରିଥିଲେ ଆଡଭାନୀ । ୧୯୪୨ରେ ଆରଏସଏସରେ ସାମିଲ ହୋଇଥିଲେ । ୧୯୫୭ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ପରିବାର ସହିତ ଦିଲ୍ଲୀ ଚାଲିଆସିଥିଲେ । ୧୯୮୦ରେ ବିଜେପି ଗଠନ ହେବା ପରେ ସେ ସବୁଠାରୁ ଅଧିକ ସମୟ ଧରି ପାର୍ଟିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ସେ ୧୯୮୬ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୪ରୁ ୨୦୫ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ସେ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।