ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ କରୋନା, ସ୍ୱାଇନ୍‌ ଫ୍ଲୁ ମଧ୍ୟ ଚିହ୍ନଟ

ଅଶୋକ ଗେହଲଟ୍‌ଙ୍କୁ କରୋନା । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି । ଏହାସହିତ ତାଙ୍କଠାରେ ସ୍ୱାଇନ୍‌ ଫ୍ଲୁର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି ।

ଅଶୋକ ଗେହଲଟ୍‌ଙ୍କୁ କରୋନା । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି । ଏହାସହିତ ତାଙ୍କଠାରେ ସ୍ୱାଇନ୍‌ ଫ୍ଲୁର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ଅଶୋକ ଗେହଲଟ୍‌ ନିଜେ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ‘x’ରେ ସେ ଲେଖିଛନ୍ତି, ‘ଗତ କିଛି ଦିନ ହେବ ଜ୍ୱର ଲାଗି ରହିବା କାରଣରୁ ଡାକ୍ତରଙ୍କ ପରାମର୍ଶରେ ଯାଞ୍ଚ କରାଇଥିଲି । ଏଥିରୁ କୋଭିଡ୍‌ ଏବଂ ସ୍ୱାଇନ୍‌ ଫ୍ଲୁ ଚିହ୍ନଟ ହୋଇଛି । ତେଣୁ ମୁଁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଦେଖା କରିପାରିବି ନାହିଁ । ବଦଳୁଥିବା ପାଣିପାଗରେ ଆପଣ ସମସ୍ତେ ମଧ୍ୟ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ’ ।

କହି ରଖୁଛୁ, ପୂର୍ବତନ ସିଏମ୍‌ ଅଶୋକ ଗେହଲଟ୍‌ କରୋନା ସହିତ ସ୍ୱାଇନ୍‌ ଫ୍ଲୁ ଭାଇରସ୍‌ର ମଧ୍ୟ ଶିକାର ହୋଇଛନ୍ତି । ସମଗ୍ର ବିଶ୍ୱରେ ତାଣ୍ଡବ ରଚିଥିବା କରୋନା ଭାଇରସ୍‌ ଏବେ ମଧ୍ୟ ଲୋକମାନଙ୍କୁ କବଳିତ କରୁଛି । ଯଦିଓ ପୂର୍ବାପେକ୍ଷା ମାମଲା କମିଯାଇଛି, ତଥାପି ବର୍ତ୍ତମାନ ଲୋକମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.