ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌, ପୋଲିସ ବଢାଇଲା ସୁରକ୍ଷା

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌ । ତେବେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆବାସର ସୁରକ୍ଷା ଦାୟତ୍ୱ ବଢାଇଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏକ ନୋଟିସ ଧରି ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌ । ତେବେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆବାସର ସୁରକ୍ଷା ଦାୟତ୍ୱ ବଢାଇଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏକ ନୋଟିସ ଧରି ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । କିନ୍ତୁ ନୋଟିସକୁ କେହି ରଖିନଥିବାରୁ ଦିଲ୍ଲୀ ପୋଲିସ ଫେରିଆସିଥିଲା । ଆଉ ଏଥିପାଇଁ ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଞ୍ଚିଛି ଟିମ୍‌ ।

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବାରମ୍ବାର ଇଡି ନୋଟିସକୁ ଅଣଦେଖା କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ହ୍ରାସ ପାଉନାହିଁ ।ଶୁକ୍ରବାର ସନ୍ଧ୍ୟାରେ ଏସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଟିମ୍ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ନୋଟିସ ନେଇ ଯାଇଥିଲେ । ତେବେ ଏହାପରେ ଗତରାତିରେ ମନ୍ତ୍ରୀ ଅତୀଶଙ୍କ ଆବାସକୁ ନୋଟିସ ଧରି ପହଞ୍ଚିଥିଲା ଟିମ୍‌ । କ୍ରାଇମବ୍ରାଞ୍ଚ ଟିମ୍‌ ଦୁଇଟି ଯାକ ସ୍ଥାନରୁ ରାତିରେ ଖାଲିହାତରେ ଫେରିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅଭିଯୋଗ କରିଥିଲେ କି, ବିଜେପି ନେତା ଆପ୍‌ର ବିଧାୟକଙ୍କୁ ପଇସା ପ୍ରଲୋଭନ ଦେଖାଇ କିଣିବାକୁ ଚାହୁଁଛନ୍ତି । ଏହାପରେ ମନ୍ତ୍ରୀ ଅତୀଶ ଏକ ପ୍ରେ କନଫରେନ୍ସ କରି ଅଭିଯୋଗ କରିଥିଲେ କି, ବିଜେପି ଆପର ୭ ଜଣ ବିଧାୟକଙ୍କୁ ୨୫-୨୫ କୋଟି ଅଫର କରୁଛି । ଏହାସହିତ ପାର୍ଟିରୁ ନିର୍ବାଚନ ଲଢିବା ପାଇଁ ପ୍ରଲୋଭନ ଦେଖାଉଛି ବୋଲି ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.