ରାତିରେ Wifi Router ଅନ୍ ରଖୁଥିଲେ ସାବଧାନ, ହୋଇପାରେ ବଡ଼ ସମସ୍ୟା
ଭିଡିଓ ଦେଖିବା ହେଉ କିମ୍ବା କୌଣସି କଣ୍ଟେଟ ଡାଉନଲୋଡ କରିବା ହେଉ, ହାଇସ୍ପିଡ ଇଣ୍ଟରନେଟର ଆବଶ୍ୟକତା ରହିଛି । ତେବେ ଫୋନର ଇଣ୍ଟରନେଟରେ ଏସବୁ ଜିନିଷ ଡାଉନଲୋଡ କରିବା ସମ୍ଭବ ନୁହେଁ । ଅନ୍ୟପଟେ ସବୁବେଳେ Wifi Routerକୁ ଅନ୍ ରଖିବା ମଧ୍ୟ ବିପଦଜ୍ଜନକ ହୋଇଥାଏ ।

ବର୍ତ୍ତମାନ ସମୟରେ ଘରେ ଘରେ Wifi Router ର ବ୍ୟବହାର ବଢ଼ିଯାଇଛି । ଏହାର ବଡ଼ କାରଣ ହେଉଛି ଲୋକମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ଇଣ୍ଟରନେଟ ଅଧିକ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଭିଡିଓ ଦେଖିବା ହେଉ କିମ୍ବା କୌଣସି କଣ୍ଟେଟ ଡାଉନଲୋଡ କରିବା ହେଉ, ହାଇସ୍ପିଡ ଇଣ୍ଟରନେଟର ଆବଶ୍ୟକତା ରହିଛି । ତେବେ ଫୋନର ଇଣ୍ଟରନେଟରେ ଏସବୁ ଜିନିଷ ଡାଉନଲୋଡ କରିବା ସମ୍ଭବ ନୁହେଁ । ଅନ୍ୟପଟେ ସବୁବେଳେ Wifi Routerକୁ ଅନ୍ ରଖିବା ମଧ୍ୟ ବିପଦଜ୍ଜନକ ହୋଇଥାଏ । ଅନେକ ଘରେ ରାତିରେ ମଧ୍ୟ Wifi Routerକୁ ଲୋକମାନେ ଅନ୍ ରଖି ଶୋଇଥାନ୍ତି । ସୂଚନା ଥାଉ କି ରାତିରେ ଶୋଇବା ସମୟରେ Wifi Router ବନ୍ଦ କରି ଶୋଇବା ଉଚିତ । କିନ୍ତୁ ଏଭଳି କାହିଁକି କରିବା ଉଚିତ୍ ଆସନ୍ତୁ ଜାଣିବା ।
Wifi Routerରୁ ରେଡିଓ ତରଙ୍ଗ ବାହାରିଥାଏ, ଯାହା କମ୍ ଫ୍ରିକ୍ୱେନ୍ସିର ଇଲେକ୍ଟ୍ରୋନିକ୍ସ ତରଙ୍ଗ ହୋଇଥାଏ । ଅନେକ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତରଙ୍ଗ ସମ୍ପର୍କରେ ଆସିଲେ ମଣିଷର ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼େ । ମୁଣ୍ଡ ବିନ୍ଧା, ଥକାପଣ, ନିଦ ନହେବା, ମନେ ରଖିବା ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । Wifi Router ବନ୍ଦ କରିବା ଦ୍ୱାରା ବିଦ୍ୟୁତ୍ କମ୍ ଖର୍ଚ୍ଚ ହୁଏ । ୱାଇଫାଇ ରାଉଟର ବନ୍ଦ କରିବା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ନେଟଓ୍ଵାର୍କକୁ ହ୍ୟାକ୍ କରିପାରିବେ ନାହିଁ । ୱାଇଫାଇ ରାଉଟରରୁ ବାହାରୁ ଥିବା ରେଡିଓ ତରଙ୍ଗ ନିଦ ଉପରେ ପ୍ରଭାବ ପକାଇପାରେ । ଯଦି ଆପଣଙ୍କର ଶୋଇବାରେ ସମସ୍ୟା ହେଉଛି ତେବେ ୱାଇଫାଇ ରାଉଟର ବନ୍ଦ ରଖନ୍ତୁ ।
ଯଦି ଆପଣ ରାତିରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହାକୁ ଅନ୍ କରିବାକୁ ପଡିବ । ତେବେ ଆପଣ ୱାଇଫାଇ ରାଉଟର ବନ୍ଦ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଆପଣଙ୍କ ଉପରେ ନିର୍ଭର କରେ ।