Below header

ଆରମ୍ଭ ହେଲା ବିଜେପିର ସାଂଗଠନିକ ବିସ୍ତାର କାର୍ଯ୍ୟକ୍ରମ, ରାଜ୍ୟରେ ସଦସ୍ୟତା ବୃଦ୍ଧି ପାଇଁ ନୂଆ ପ୍ରଭାରୀଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ. ପି. ନଡ୍ଡା । ବିଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି ବିଜେପି ବିଜେପି ନେତା ଓ କର୍ମୀ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନଡ୍ଡାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ବିଜେପି ସଂସଦୀୟ ଦଳ ବୈଠକରେ ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଥିଲା। ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଏବେ ନଡ୍ଡାଙ୍କ କାନ୍ଧରେ ଦଳ ଦେଇଛି ଗୁରୁ ଦାୟିତ୍ୱ । ଶାହ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ। ତାଙ୍କ ତତ୍ତ୍ୱାବଧାନରେ ବିଜେପିର ଦୈନନ୍ଦିନ ବ୍ୟାପାର ବୁଝିବେ ନଡ୍ଡା ।

ଓଡ଼ିଶା ବିଜେପିର ସଦସ୍ୟତା ଅଭିଯାନକୁ ଆଗକୁ ନେବା ପାଇଁ ନୂଆ ପ୍ରଭାରୀଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଅନନ୍ତ ନାୟକଙ୍କୁ ପ୍ରଭାରୀ ଓ ପୂର୍ବତନ ସଂଗଠନ ସାଧାରଣ ସଂପାଦକ ସାରଦା ଶତପଥୀଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି। ବିଜେପି ସମ୍ବିଧାନ ଅନୁସାରେ, ପ୍ରତି ତିନି ବର୍ଷରେ ଥରେ ନୂଆ ସଭ୍ୟ ସଂଗ୍ରହ କରାଯାଇଥାଏ । ବର୍ତ୍ତମାନ ରାଜ୍ୟ ବିଜେପିର ସଦସ୍ୟ ସଂଖ୍ୟାକୁ ୩୬ ଲକ୍ଷରୁ ୪୫ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଦଳ । ସଦସ୍ୟତା ସଂଗ୍ରହ କାର୍ଯ୍ୟ ଶେଷ ହେବା ପରେ ସାଂଗଠନିକ ନିର୍ବାଚନ ହେବ। ପ୍ରଥମେ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଓ ପରେ ରାଜ୍ୟ ସଭାପତି ନିଯୁକ୍ତ ହେବେ। ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ସରୁଥିବାରୁ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ରେସରେ ଅଛନ୍ତି ହେଭିେଓ୍ଵଟ୍‌ କେ.ଭି. ସିଂଦେଓ ଓ ଜୁଏଲ ଓରାମ।

ରାଜ୍ୟ ବିଜେପିର ସାଂଗଠନିକ ପୁନର୍ବିନାସ ଓ ନୂତନ ଦାୟିତ୍ୱ ବଣ୍ଟନ ପାଇଁ ୨୪ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ଏହି ପ୍ରକ୍ରିୟା ୫ମାସ ମଧ୍ୟରେ ଶେଷ ହେବା ପରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.