୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲା : ୧୪ ବର୍ଷ ପରେ ଆସିଲା ରାୟ, ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

୧୪ ବର୍ଷ ପରେ ଆସିଲା ରାୟ। ୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ମଙ୍ଗଳବାର ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଓ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣର ଦୀର୍ଘ ୧୪ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି। ଏହା ସହିତ ଦୋଷୀଙ୍କୁ ୨୦ ହାଜର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଅଭିଯୁକ୍ତ ମହମ୍ମଦ ଅଜୀଜଙ୍କୁ ଦୋଷ ମୁକ୍ତ ଘୋଷଣା କରାଯାଇଛି। ଏହି ମାମଲାରେ ୬୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ayodhyaa୨୦୦୫ ଜୁଲାଇ ୫ ସକାଳ ପ୍ରାୟ ୮ଟା ୪୫ ମିନିଟରେ ଅଯୋଧ୍ୟା ସ୍ଥିତ ରାମଜନ୍ମଭୂମୀ ପରିସର ବ୍ୟାରିକେଡ୍ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଧରି ଆତଙ୍କୀ ଆଖିବୁଜା ଗୁଳିମାଡ଼ କରି ବୋମା ବିସ୍ଫୋରଣ କରିଥିଲେ। ଆତଙ୍କବାଦୀମାନେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ, ଗ୍ରେନେଡ, ହାତବୋମା ମାଡ଼ କରିବା ସହ ଏକେ-୪୭ ବନ୍ଧୁକରୁ ଆଖୁ ବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଜୈନ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଅନେକ ସୁରକ୍ଷା କର୍ମୀ ଓ ଲୋକ ଆହତ ହୋଇଥିଲେ।

ayodhyaସୁରକ୍ଷା କର୍ମୀଙ୍କ ପାଲଟା ଜବାବରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣକୁ ରୂପ ଦେବାରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ପୁଲିସ୍‍ ଓ ଏନଆଇଏ ୫ ଜଣଙ୍କୁ ଗିରଫ କରିଥିଲେ। ଦୀର୍ଘ ୧୪ ବର୍ଷ ପର୍ଯ୍ୟନ୍ତ ମାମଲାର ଶୁଣାଣି ଚାଲିଥିଲା। ଏହି ମାମଲାରେ ଅଭିଯୁକ୍ତ ଡ. ଇରଫାନ, ମହମ୍ମଦ ସକିଲ, ମହମ୍ମଦ ନସିମ ଓ ଆସିଫ ଇକବାଲ ଓରଫ ଫାରୁକ ଦୋଷୀ ସାବ୍ୟସ୍ତ ହୋଇଥିଲା ବେଳେ ମହମ୍ମଦ ଅଜୀଜ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.