୨୬ ତାରିଖରେ ଖୋଲିବ ରାଜ୍ୟର ସବୁ ସରକାରୀ ସ୍କୁଲ, କିନ୍ତୁ ଫନୀ କ୍ଷତିଗ୍ରସ୍ତ ଅଂଚଳରେ କେମିତି ହେବ ପାଠ ପଢା ?

ସରି ଆସୁଛି ଖରା ଛୁଟି । ପାଖେଇଲା ସ୍କୁଲ ଟାଇମ୍‌ । ବହି ବସ୍ତାନି ଧରି ପିଲା ଧାଇଁବେ ସ୍କୁଲ । କିନ୍ତୁ, ଫନୀ କ୍ଷତିଗ୍ରସ୍ତ ଅଂଚଳରେ କେମିତି ହେବ ପାଠ ପଢା । ବିଶେଷ କରି ପୁରୀ ଜିଲ୍ଲାର ସ୍କୁଲଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। କେଉଁଛି ଆଜବେଷ୍ଟସ ଉଡ଼ି ଯାଇଥିଲା ତ କେଉଁଠି କାନ୍ଥ ଫାଟିଥିଲା। ମରାମତି ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏ ଘୋଷଣା ହୋଇଛି। ମରାମତି ବି ଚାଲିଛି। କିନ୍ତୁ ଅଧିକାଂଶ ସ୍କୁଲର ମରାମତି ସଂପୂର୍ଣ୍ଣ ହୋଇନାହିଁ ।

ଫନିକୁ ଦେଢ଼ ମାସ ବିତିଗଲାଣି । ସ୍କୁଲ ଗୁଡିକ ଭାଙ୍ଗିରୁଜି ପଡି ରହିଛି । ଆଗକୁ ବର୍ଷା। ଏଭଳି ସ୍ଥିତିରେ କିପରି ପଢିବେ ପିଲା। ପୁରୀ ଜିଲ୍ଲାରେ ୧୭୧୭ ସ୍କୁଲ ଭାଙ୍ଗିଥିଲା। ସେଥିରୁ ୧୭୩ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ୧୫୬୦ଟିରେ ମରାମତି ଚାଲିଛି। ଯେଉଁ ସ୍କୁଲ ସଂପୂର୍ଣ୍ଣ ଭାଙ୍ଗିଛି, ସେଠାକାର ପିଲାଙ୍କ ପାଇଁ ଅନ୍ୟ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ ଓ କୋଠଘରେ ପଢାଇବାକୁ ବ୍ୟବସ୍ଥା କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସ୍କୁଲଗୁଡିକର ବହୁ କ୍ଷତି ହୋଇଥିଲା । ରାଜଧାନୀରେ ମଧ୍ୟ ଏମିତି କେତେକ ସରକାରୀ ସ୍କୁଲ ଅଛି,ଯେଉଁଠି ବାତ୍ୟା ଫନି ପରେ ମଧ୍ୟ ସ୍କୁଲ ଗୁଡିକରେ ସଫେଇ କାମ ହୋଇପାରିନାହିଁ। କେଉଁଠି ଗଛ ଭାଙ୍ଗି ପଡିଛିତ, କେଉଁଠି ଆଜବେଷ୍ଟ ଭାଙ୍ଗିଯାଇଛି। ସ୍କୁଲ ଗୁଡିକର କେତେକ ସ୍ଥାନରେ ଡାଳପତ୍ର ଗଦା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.