ଜୟପୁର : ଅଟୋକୁ ଧକ୍କା ଦେଲା ବସ୍, ୪ ମୃତ ୩ ଗୁରୁତର

ଜୟପୁର : ଜୟପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ବସ୍ । ଏନଏଚ୍ ୨୬ ମଝିଆ ଛକରେ ଯାଉଥିବା ସମୟରେ ଏକ ଅଟୋକୁ ଓଭରଟେକ୍ କରିବା ସମୟରେ ଧକ୍କା ଦେଇଥିଲା ବସ୍ । ଫଳରେ ଘଟଣାସ୍ଥଳରେ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ବୋରିଗୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏଯାଏଁ ମୃତକଙ୍କର ପରିଚୟ ମିଳି ନାହିଁ। ଅଗ୍ନିଶମ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ ଡ୍ରାଇଭର୍, ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.