Below header

ପୂର୍ବତନ ବିଧାୟକ ମୁଖତାର ଅନ୍‌ସାରୀଙ୍କୁ ଆଜୀବନ କାରାଦଣ୍ଡ, ୩୬ ବର୍ଷ ପୁରୁଣା ମାମଲାରେ କୋର୍ଟଙ୍କ ଦଣ୍ଡାଦେଶ

ଉତ୍ତର ପ୍ରଦେଶର ବାନ୍ଦା ଜେଲ୍‌ରେ ଥିବା ମାଫିଆ ମୁଖତାର ଅନ୍‌ସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ନକଲି ଆର୍ମସ୍‌ ଲାଇସେନ୍ସ ମାମଲାରେ ଏହି ଦଣ୍ଡାଦେଶ ହୋଇଛି ।

ଉତ୍ତର ପ୍ରଦେଶର ବାନ୍ଦା ଜେଲ୍‌ରେ ଥିବା ମାଫିଆ ମୁଖତାର ଅନ୍‌ସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ନକଲି ଆର୍ମସ୍‌ ଲାଇସେନ୍ସ ମାମଲାରେ ଏହି ଦଣ୍ଡାଦେଶ ହୋଇଛି । ବାରାଣସୀର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଅନ୍‌ସାରୀଙ୍କୁ ୩୬ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୪୬୬/୧୨୦ବି, ୪୨୦/୧୨୦, ୪୬୮/୧୨୦ ଏବଂ ଆର୍ମସ୍‌ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି ।

ଜଜ୍‌ ଅବନୀଶ ଗୌତମଙ୍କ କୋର୍ଟ ମୁଖତାର ଅନ୍‌ସାରୀଙ୍କୁ ୪୬୬/୧୨୦ବିରେ ଆଜୀବନ, ୪୨୦/୧୨୦ରେ ୭ ବର୍ଷର ଦଣ୍ଡ ସହ ୫୦ ହଜାର ଜରିମାନା, ୪୬୮/୧୨୦ରେ ୭ ବର୍ଷର ଦଣ୍ଡ ସହ ୫୦ ହଜାର ଜରିମାନା ଏବଂ ଆର୍ମସ୍‌ ଆକ୍ଟରେ ୬ ମାସର ଦଣ୍ଡ ଶୁଣାଇଛନ୍ତି ।

ଅନ୍ୟପକ୍ଷେ ସମାନ ମାମଲା ସହ ଜଡ଼ିତ ଅନ୍ୟ ଏକ ଦୁର୍ନୀତି ମାମଲାରେ ଅନ୍‌ସାରୀଙ୍କୁ ମଙ୍ଗଳବାର ଦୋଷ ମୁକ୍ତ କରାଯାଇଛି । ମାର୍ଚ୍ଚ ୧୧ରେ ଯୁକ୍ତି ସମାପ୍ତ ହେବା ପରେ କୋର୍ଟ ୧୨ରେ ନିଷ୍ପତ୍ତି ଶୁଣାଇଥିଲେ ।

ଅଭିଯୋଗ ରହିଛି ଯେ ମାଫିଆ ମୁଖତାର ଅନ୍‌ସାରୀ ୧୯୮୭ ଜୁନ୍‌ ୧୦ରେ ଡବଲ୍‌ ବ୍ୟାରେଲ୍‌ ବନ୍ଧୁକ ଲାଇସେନ୍ସ ପାଇଁ ଗାଜିପୁରର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଏକ ଆବେଦନ କରିଥିଲେ । ତତ୍କାଳୀନ ଡିଏମ୍‌ ଏବଂ ଏସ୍‌ପିଙ୍କ ନକଲି ଦସ୍ତଖତ ସହିତ ଏକ ସୁପାରିଶ ପତ୍ର ଦାଖଲ କରି ଅସ୍ତ୍ର ଲାଇସେନ୍ସ ହାସଲ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.