ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା

ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା ଆରମ୍ଭ । ମାର୍ଚ୍ଚ ୭ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ୱ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ କରିଥିଲେ ଇଡି ।

ଭୁବନେଶ୍ୱର(କେନ୍ୟୁଜ୍‌) : ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା ଆରମ୍ଭ। ମାର୍ଚ୍ଚ ୭ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ୱ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ କରିଥିଲେ ଇଡି। ଭୁବନେଶ୍ୱର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁର ର ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି। ଚଢ଼ାଉ ସମୟରେ ଇଡି ୩୫ ଲକ୍ଷ ଟଙ୍କାର ଏକ ଅଡ଼ି କାର ସହ ୨୩ଲକ୍ଷ ନଗଦ ଟଙ୍କା, ୨୪ଲକ୍ଷ ୧୫ ହଜାର ଟଙ୍କାର ସୁନା ଗହଣା ସହ ଅପଡେଟ ବ୍ୟାଙ୍କ ଚେକ୍ ସହ ସେଲ ଡିଡ଼ ଆଗ୍ରିମେଣ୍ଟ ଓ ଡିଜିଟାଲ ପ୍ରମାଣ ପତ୍ର ଜବତ କରିଥିଲା । ଚଢ଼ାଉ ପରେ ଏଟି ଚିଟ ଫଣ୍ଡ ଅଭିଯୁକ୍ତଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.