Below header

ମଣିପୁର ଗଣଧର୍ଷଣ ଓ ଉଲଗ୍ନ ପରେଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ମଣିପୁର ଗଣଧର୍ଷଣ ଓ ଉଲଗ୍ନ ପରେଡ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି । ସୋସିଆଲ ମିଡିଆରେ ଆସିଥିବା ଭିଡିଓ ସୂଚନା ଅନୁଯାୟୀ, ଗଣଦୁଷ୍କର୍ମ କଲେ।

ମଣିପୁର ଗଣଧର୍ଷଣ ଓ ଉଲଗ୍ନ ପରେଡ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି । ସୋସିଆଲ ମିଡିଆରେ ଆସିଥିବା ଭିଡିଓ ସୂଚନା ଅନୁଯାୟୀ, ଗଣଦୁଷ୍କର୍ମ କଲେ। ରାସ୍ତାରେ ଉଲଗ୍ନ ଚଲାଇଲେ। ପ୍ରତିବାଦ କରିବାକୁ ଯୁବତୀଙ୍କ ବାପା ଓ ଭାଇଙ୍କୁ ମାରିଦେଲେ।

ମଣିପୁରରେ ୨ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଓ ବର୍ବର ଆକ୍ରମଣ ଦେଶକୁ ସ୍ତବ୍‌ଧ କରିଦେଇଛି। ଘଟଣାର ୨ମାସ ୧୫ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସେପଟେ ଘଟଣାର ପ୍ରତିବାଦରେ ମଣିପୁରଠୁ ଦିଲ୍ଲୀ ଯାଏ ଆରମ୍ଭ ହୋଇଯାଇଛି ଆନ୍ଦୋଳନ ।

ଘଟଣା ମେ ୫ ତାରିଖର ବୋଲି କୁହାଯାଇଛି। ମେ ୩ତାରିଖରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ପରେ ଏହା ଉଗ୍ରରୂପ ନେଇଥିଲା। ୨ଜଣ କୁକି ମହିଳା ସେମାନଙ୍କ ପରିବାର ସହ କାଙ୍ଗପୋକ୍‌ପି ଜିଲ୍ଲାରେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ସେମାନଙ୍କ ଉପରେ ଘୃଣ୍ୟ ଓ ବର୍ବର ଆକ୍ରମଣ ହୋଇଥିଲା।

ପ୍ରତିବାଦ କରିବାରୁ ଜଣେ ପୀଡ଼ିତା ମହିଳାଙ୍କ ବାପା ଓ ଅନ୍ୟ ମହିଳାଙ୍କ ଭାଇଙ୍କୁ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ୨ମାସ ୧୦ଦିନ ପରେ ଏହି ଘଟଣା ସାମ୍‌ନାକୁ ଆସିବା ପରେ ନୋଙ୍ଗପୋକ୍‌ ସେକ୍‌ମାଇ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.