Below header

ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ, ୨୫ ତାରିଖ ଯାଏ ପ୍ରବଳ ବର୍ଷିବ

୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହୋଇପାରେ । ସେହିପରି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।

କେନ୍ୟୁଜ୍(ବ୍ୟୁରୋ): ପଛକୁ ପଛ ଲଘୁଚାପ । ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ । ଆସୁଛି ବଡ଼ ବର୍ଷା । ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ୨୫ ତାରିଖ ଯାଏ ପ୍ରବଳ ବର୍ଷିବ । ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହୋଇପାରେ । ସେହିପରି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।

ଏପଟେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର । ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀର ଜଳ ସ୍ତର ଖସିଛି । ପାଙ୍ଗାମ,ପୋଟେରୁ, କାଙ୍ଗୁରକୋଣ୍ଡା, mv96 ଓ କନ୍ୟାଶ୍ରମ ପୋଲ ଉପରୁ ଆଉ ପାଣି ଚାଲୁନାହିଁ । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଛି । ବନ୍ୟା ଜଳ ଖସିଥିବାରୁ ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନାକୁ ଯାଆସ ବି ହୋଇଛି ସ୍ୱାଭାବିକ । ପ୍ରବଳ ବର୍ଷାରେ ବାୟାପଡ଼ା ଘାଟିରେ ଭୂସ୍କଳନ ଘଟିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ନାକାମାମୁଡ଼ି ପଞ୍ଚାୟତର ୧୯ରୁ ଅଧିକ ଗାଁ । ମାଲକାନଗିରିରେ ତିନି ଦିନ ଧରି ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ଅଧିକାଂଶ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସ୍ୱାଭିମାନ ଅଞ୍ଚଳର କଦଳୀଗନ୍ଧା ଗାଁରେ ନିର୍ମାଣାଧୀନ ଅମୃତ ସରୋବର ବନ୍ଧ ଭାଙ୍ଗି ଚାଷ ଜମି ଓ ଗାଁ ଭିତରେ ପଶିଛି ପାଣି । ଜିଲ୍ଲା ସଦର ମହକୁମା ଆଶୀର୍ବାଦ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ୟା ଜଳ ଲହଡ଼ି ମାରୁଛି । ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି ।

ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀ, ଓସଡମା ଏମଡିଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯିବା ସହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ସବୁ ବରିଷ୍ଠ ଅଧିକାରୀ ହେଡକ୍ୱାର୍ଟରେ ଉପସ୍ଥିତ ରହିବେ । ସେମାନେ କ୍ଷେତ୍ର ପରିଦର୍ଶନ ସହ ଆବଶ୍ୟକ ପଦକ୍ଷେପ ନେବେ । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.