Playboyର କଭରରେ ଦେଖାଦେଲେ ଫ୍ରାନ୍ସର ମନ୍ତ୍ରୀ, ପୁରୁଷ ସମଲିଙ୍ଗୀଙ୍କ ଉପରେ ସାକ୍ଷାତକାର ଦେଇ ବିବାଦରେ ମାର୍ଲେନ୍ ଶିଆପ୍ପା
ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ସମ୍ଭାଳୁଥିବା ମନ୍ତ୍ରୀ ଏକ ବିବାଦୀୟ ମାଗାଜିନ୍ର କଭର ପେଜ୍ରେ ନଜର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବାସ୍ତବରେ, ୪୦ ବର୍ଷୀୟା ମନ୍ତ୍ରୀ ମାର୍ଲେନ୍ ଶିଆପ୍ପା ପ୍ଲେବଏ ମାଗାଜିନ୍ର କଭରରେ ନଜର ଆସିଛନ୍ତି।

ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ସମ୍ଭାଳୁଥିବା ମନ୍ତ୍ରୀ ଏକ ବିବାଦୀୟ ମାଗାଜିନ୍ର କଭର ପେଜ୍ରେ ନଜର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବାସ୍ତବରେ, ୪୦ ବର୍ଷୀୟା ମନ୍ତ୍ରୀ ମାର୍ଲେନ୍ ଶିଆପ୍ପା ପ୍ଲେବଏ ମାଗାଜିନ୍ର କଭରରେ ନଜର ଆସିଛନ୍ତି।
ଏହି ମାଗାଜିନ୍ ମହିଳାମାନଙ୍କୁ ସେକ୍ସୁଆଲ ବସ୍ତୁ ଭାବରେ ଉପସ୍ଥାପନ କରିବା ପାଇଁ ପୂରା ବିଶ୍ୱରେ ଖ୍ୟାତ। ପ୍ଲେବଏ ପତ୍ରିକାର କଭରରେ ଦେଖାଯିବା ଏବଂ ଏଥିପାଇଁ ଫଟୋସୁଟ୍ କରାଇବାକୁ ନେଇ ଫ୍ରାନ୍ସରେ ମାର୍ଲେନ୍ ଶିଆପ୍ପାଙ୍କର ଖୁବ୍ ଆଲୋଚନା ହେଉଛି। ସେଠାକାର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ଏବଂ ଅନ୍ୟ ମନ୍ତ୍ରୀମାନେ ଏହାକୁ ଲଜ୍ଜାଜନକ କାର୍ଯ୍ୟ ବୋଲି କହିଛନ୍ତି।
ପ୍ଲେବଏର କଭରରେ ଦେଖାଯିବା ବ୍ୟତୀତ ମନ୍ତ୍ରୀ ମାର୍ଲେନ ଶିଆପ୍ପା ସମଲିଙ୍ଗୀ ପୁରୁଷ ଏବଂ ମହିଳାମାନଙ୍କ ଅଧିକାରକୁ ନେଇ ୧୨ ପୃଷ୍ଠାର ସାକ୍ଷାତକାର ମଧ୍ୟ ଦେଇଛନ୍ତି। ମାଗାଜିନ୍ର କଭର୍କୁ ସୋସିଆଲ ମିଡିଆରେ ସେୟାର କରି ସେ ଲେଖିଛନ୍ତି ଯେ ‘ମହିଳାମାନଙ୍କୁ ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି, ସେମାନେ ନିଜ ଶରୀର ସହିତ ଯାହା ଚାହିଁବେ, ତାହା କରିପାରିବେ। ଏ ନେଇ ସେମାନେ ସ୍ୱାଧୀନ’।
ପ୍ଲେବଏ ମାଗାଜିନ୍ର କଭରରେ ଦେଖାଯିବା ମାମଲାରେ ନିଜକୁ ରକ୍ଷା କରି ସେ ଲେଖିଛନ୍ତି କି, ‘ଫ୍ରାନ୍ସରେ ମହିଳାମାନେ ସ୍ୱାଧୀନ, ଏଥିଯୋଗୁ ଯଦି ସଂକୀର୍ଣ୍ଣ ଭାବନା ରଖୁଥିବା ଲୋକଙ୍କର ସମସ୍ୟା ହେଉଛି, ତା’ ହେଲେ ସମସ୍ୟା ହେଉ’।
ସୂଚନାଥାଉ କି, ଫ୍ରାନ୍ସରେ ଅବସର ବୟସ ସୀମା ବୃଦ୍ଧି ବିରୋଧରେ ଅନେକ ସପ୍ତାହ ଧରି ହିଂସାତ୍ମକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ସରକାରଙ୍କ ମନ୍ତ୍ରୀ ପ୍ଲେବଏ ଭଳି ମାଗାଜିନ୍ ପାଇଁ ଫଟୋସୁଟ୍ କରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
Invité ce matin sur Europe1 le Ministre de l’intérieur @GDarmanin apporte son soutien à @MarleneSchiappa sur sa Une Une de #playboy. Il cite Cookie Dingler : « vous ne me ferez pas dire de mal de Marlène Schiappa (…) être une femme libérée, c’est pas si facile » pic.twitter.com/pz50OoQdls
— Jeanne Baron (@jeannebarontv) April 2, 2023