ଗିରଫଦାରୀକୁ ଏଡ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ କରିପାରନ୍ତି ଆତ୍ମସମର୍ପଣ, ଟ୍ରମ୍ପ୍‌ ଟାଓ୍ଵାର ଘେରିଲା ନ୍ୟୁୟର୍କ ପୋଲିସ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିପାରନ୍ତି। ଏହାକୁ ନଜରରେ ରଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାରଣ, ଟ୍ରମ୍ପ୍‌ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କ ସମର୍ଥକମାନେ ବଡ଼ ଧରଣର ପ୍ରଦର୍ଶନ କରିବେ। ଏ ନେଇ ତାଙ୍କର ଅନେକ ସମର୍ଥକ ଚେତାବନୀ ମଧ୍ୟ ଦେଇଛନ୍ତି।

ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଦିଆଯାଇଥିବା ରାଶି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘେରାଯାଇଛି। ଏହି ମାମଲାରେ ଗିରଫଦାରୀରୁ ବଞ୍ଚିବା ପାଇଁ ଟ୍ରମ୍ପ ଆତ୍ମସମର୍ପଣ କରିପାରନ୍ତି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସହରର ପୋଲିସ ଟ୍ରମ୍ପ ଟାୱାର ଚାରିପାଖରେ ମେଟାଲ୍‌ ବ୍ୟାରିୟର ଲଗାଇଛି।

ଏଜେନ୍ସି ମୁତାବକ, ମ୍ୟାନହଟନ କ୍ରିମିଟାଲ କୋର୍ଟହାଉସ୍‌ ନିକଟ ରାସ୍ତାକୁ ବ୍ଲକ୍‌ କରି ଦିଆଯାଇଛି। ପୋଲିସ ଅନୁମାନ କରୁଛି ଯେ ଟ୍ରମ୍ପଙ୍କ ସମର୍ଥକମାନେ ସେ ହାଜର ହେବା ପୂର୍ବରୁ କୋର୍ଟ ଆଖପାଖରେ ବିରୋଧ ପ୍ରଦର୍ଶନ କରିପାରନ୍ତି। ରିପବ୍ଲିକାନ୍ ସାଂସଦ ମାର୍ଜୋରୀ ଟେଲର ଗ୍ରୀନ୍‌ଙ୍କ ସମେତ ଟ୍ରମ୍ପଙ୍କ ଅନେକ ସମର୍ଥକ କହିଛନ୍ତି କି, ସେମାନେ ବିରୋଧ କରିବା ପାଇଁ ନ୍ୟୁୟର୍କ ଯିବେ।

ମାର୍ଜୋରୀ ଟେଲର ଗ୍ରୀନ୍‌ଙ୍କୁ ଟ୍ରମ୍ପଙ୍କର ଜଣେ ଦୃଢ଼ ସମର୍ଥକ ଭାବରେ ଜଣାଯାଏ। ଟ୍ରମ୍ପଙ୍କ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ନ୍ୟୁୟର୍କ ୟଙ୍ଗ ରିପବ୍ଲିକାନ କ୍ଲବ ମଧ୍ୟ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି। କ୍ଲବର ସଦସ୍ୟମାନେ କୋର୍ଟହାଉସ୍‌ ରାସ୍ତାର ଅପର ପାର୍ଶ୍ୱ ଏକ ପାର୍କରେ ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି।