କରୋନା କଟକଣା : ସ୍କୁଟରକୁ ୩ ଲିଟର ଓ ବାଇକ୍‌କୁ ୫ ଲିଟର ତେଲ ମିଳିବ

ଆଇଜଲ୍ : ମହାମାରୀ କରୋନା ସଂକ୍ରମଣ ଏବେ ଇନ୍ଧନକୁ ପ୍ରଭାବିତ କରିଛି । ତାହା ପୁଣି ସର୍ବସାଧାରଣଙ୍କୁ ଭୀଷଣ ହଇରାଣ କଲା ଭଳି । ଏଣିକି ଲୋକେ ପେଟ୍ରୋଲ ପମ୍ପରେ ମନ ଇଚ୍ଛା ତେଲ ପକାଇ ପାରିବେ ନାହିଁ । ତେବେ ଡରନ୍ତୁ ନାହିଁ, ଏହି ନିୟମ କେବଳ ମିଜୋରାମ ସରକାରଙ୍କର । ଗତକାଲି ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ମିଜୋରାମ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସ୍କୁଟର ପାଇଁ ୩ ଲିଟର, ଅନ୍ୟ ଦୁଇ ଚକିଆ ଯାନ ପାଇଁ ୫ ଲିଟର, ହାଲକା ଯାନକୁ ୧୦ ଲିଟର, ପିକ୍‌ଅପ୍ ଟ୍ରକ୍‌, ମିନି ଟ୍ରକ୍‌, ଜିପସୀ ଓ ଟ୍ରକ୍‌କୁ ୨୦ ଲିଟର ଏବଂ ସିଟିବସ୍ ଓ ମଧ୍ୟମ ଧରଣର ଟ୍ରକ୍‌କୁ ୧୦୦ ଲିଟର ତେଲ ମିଳିବ । ତେବେ ଚାଉଳ, ଗହମ ଆଦି ଅତ୍ୟାବଶ୍ୟ ଜିନିଷ ପରିବହନ କରୁଥିବା ଯାନଗୁଡ଼ିକୁ ଆବଶ୍ୟକ ଅନୁସାରେ ତେଲ ଦିଆଯିବ ।

କରୋନା କଟକଣା ଯୋଗୁଁ ମିଜୋରାମକୁ ତେଲ ଆସି ପାରୁନାହିଁ । ଅନେକ ପେଟ୍ରୋଲ ପମ୍ପରେ ଏବେ ତେଲ ଖାଲି ହୋଇଯାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.