ସର୍ତ୍ତମୂଳକ ବେଲ୍ ପରେ ବିଶ୍ୱଜିତ ମହାନ୍ତିଙ୍କ ପ୍ରତିକ୍ରିୟା, ‘‘ମୋର ଇନ୍‌ଣ୍ଟେନ୍‌ସନ ଖରାପ ନଥିଲା’’

କେନ୍ୟୁଜ୍(ବ୍ୟୁରୋ): ଜାମିନ ମିଳିବା ପରେ କୋଭିଡ୍‌ ଯୋଦ୍ଧା ଓ ଚିକିତ୍ସାକୁ ନେଇ ମିଥ୍ୟା ଖବର ଭାଇରାଲ୍‌ କରିଥିବା ଦୁଇ ଅଭିଯୁକ୍ତ ଜେଲରୁ ବାହାରିଛନ୍ତି । ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ବିଶ୍ୱଜିତ୍‌ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ଆଜି ସର୍ତ୍ତମୂଳକ ବେଲ୍‌ ମିଳିଥିଲା । ଜାମିନ୍‌ରେ ଆସିବାପରେ ବିଶ୍ୱଜିତ ମହାନ୍ତିଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କର  ଇନ୍‌ଣ୍ଟେନ୍‌ସନ ଖରାପ ନଥିଲା ।

ଦୁଇ ଜଣ ସାଙ୍ଗ କଥାବାର୍ତ୍ତା କରିଥିଲେ ଓ ଆତଙ୍କିତ ନହେବା ପାଇଁ ୨୦-୨୫ ଜଣଙ୍କୁ ଅଡିଓ ପଠାଇଥିଲେ । କିନ୍ତୁ  ନିର୍ଦ୍ଧିଷ୍ଟ ଗଣମାଧ୍ୟମ  ଲକ୍ଷେ ଲୋକଙ୍କୁ ନେଇ ଭାଇରାଲ କଲା । କିନ୍ତୁ ସେହି ଗଣମାଧ୍ୟମ ବିରୋଧରେ କ’ଣ ପଦକ୍ଷେପ ନିଆଗଲା ବୋଲି କହିଛନ୍ତି ବିଶ୍ୱଜିତ୍‌ । ସେମାନଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.