Below header

ଦେଶରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା, ସମର୍ଥନରେ ଅଛନ୍ତି ୯୦ ପ୍ରତିଶତ ରାଜ୍ୟ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ସମର୍ଥନରେ ଅଛନ୍ତି ୯୦ ପ୍ରତିଶତ ରାଜ୍ୟ । ମୃତ୍ୟୁ ଦଣ୍ଡ ଉଚ୍ଛେଦ କରିବା ନେଇ ରାଜ୍ୟସଭାରେ ଏକ ବେସରକାରୀ ବିଲ୍‌ ଉପରେ ଆଲୋଚନା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । ତେବେ ଦେଶରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିବ ନା ଉଚ୍ଛେଦ କରାଯିବ, ଏ ନେଇ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନଥିବା ସେ କହିଛନ୍ତି । ୨୧୫ରେ ଲ’ କମିଶନ ମୃତ୍ୟୁ ଦଣ୍ଡ ଉଚ୍ଛେଦ ସଂପର୍କିତ ଏକ ରିପୋର୍ଟ ସରକାରଙ୍କୁ ଦେଇଥିଲେ । କେବଳ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଦେଶଦ୍ରୋହ କାର୍ଯ୍ୟକଳାପକୁ ଛାଡି ଅନ୍ୟ କୌଣସି ଅପରାଧରେ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ନୁହେଁ ବୋଲି କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେବେ ଏହି ବିଷୟ କନ୍‌କରାଣ୍ଟ ତାଲିକା ଅନ୍ତର୍ଭୁକ୍ତ ହୋଇଥିବାରୁ କେନ୍ଦ୍ର ରାଜ୍ୟମାନଙ୍କର ଏ ନେଇ ମତାମତ ଲୋଡିଥିଲେ । ଯେଉଁଥିରେ ୧୪ଟି ରାଜ୍ୟ ଓ ୫ଟି କେନ୍ଦ୍ର ଶାସିତ ରାଜ୍ୟ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରଖିବା ସପକ୍ଷରେ ମତ ଦେଇଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଡି. କିଶନ ରେଡ୍ଡୀ ଗୃହକୁ ଅବଗତ କରାଇଛନ୍ତି । ତେବେ ୯୦ ପ୍ରତିଶତ ରାଜ୍ୟ ମୃତ୍ୟୁଦଣ୍ଡ ସପକ୍ଷରେ ମତ ଦେଇଛନ୍ତି ସତ କିନ୍ତୁ କୌଣସି ସମାଜ ମୃତ୍ୟୁଦଣ୍ଡ ଚାହାଁନ୍ତି ନାହିଁ । କିନ୍ତୁ ନିର୍ଭୟା ଭଳି ଘଟଣା ଘଟିଲେ, ଏ କଥା ଆପେ ଉଠେ । ସରକାର ଏ ପ୍ରସଂଗକୁ ଗୁରୁତର ସହ ନେବା ସହ ସବୁ ବର୍ଗର ଲୋକଙ୍କ ମତାମତ ନେବା ପରେ ଯାଇ ନିର‌୍ୟାସ୍ୟରେ ପହଂଚିବେ ବୋଲି ବିଭାଗୀୟ ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.