ଏ କି ବିପଦ ପଡିଛି: କରୋନା ନୁହେଁ ଗ୍ଯାସ୍ ଲିକ୍ ମାରିଦେଲା ତୁରନ୍ତ, ଚାଲୁ ଚାଲୁ ଟଳିପଡିଲେ ଲୋକେ

ବିଶାଖାପାଟଣା: ବୋଝ ଉପରେ ଲଳିତା ବିଡା ଭଳି ଦେଶରେ ଅଘଟଣ ପରେ ଅଘଟଣ ଘଟି ଚାଲିଛି । ସାରା ବିଶ୍ବ ଭଳି ଦେଶରେ ମଧ୍ୟ ଏବେ କରୋନା ତାଣ୍ଡବ ରଚୁଥିବା ବେଳେ ଚାରିଆଡେ ଲକ୍ ଡାଉନ୍ ସ୍ଥିତି । ଏହା ଭିତରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଛି ଆଉ ଏକ ଛାତିଥରେ ଘଟଣା । ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ମନ ରେଭୟର ବାତାବରଣ ଖେଳିଯିବ।

gas_leakଘଟଣାଟି ହେଉଛି କି ଗତକାଲି ରାତିରେ ବିଶାଖାପାଟଣା ନିକଟବର୍ତ୍ତୀ ଗୋପାଳପଟନମ୍ ଠାରେ ଏଲ୍ଜି ପଲିମର୍ସ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଛି। ହଠାତ୍ ଏମିତି ବାତାବରଣ ଖେଳିଗଲା ଯେ ପୋକ ମାଛି ଭଳି ଯିଏ ଯେଉଁଠି ଥିଲା ସେଇଠି ଟଳିପଡିଲା ଚେତାଶୂନ୍ଯ ହୋଇ । କିଏ କଣ କରିବ କିଛି ଭାବିପାରିଲେ ନାହିଁ । ନିଶ୍ବାସ ନବାକୁ ବି ଟିକେ ସମୟ ମିଳିଲା ନାହିଁ । ଏହି ଘଟଣାରେ ଏଯାଏଁ ୯ ଜଣ ପ୍ରାଣ ହରାଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ଝିଅ ରହିଛି ।

gas-leakଘଟଣା ପରେ ଆଖପାଖ ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ NDRF ଟିମ୍‌ ଉଦ୍ଧାର କାମ ଚଳାଇଛନ୍ତି । ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ସିଏମ ଜଗନମୋହନ ରେଡ୍ଡୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.