ମନ୍ଦିର ବାହାରୁ ମୁଣ୍ଡିଆ ମାରି ଚାଲିଯାଉଥିଲେ ଯୁବତୀ,ରାଗରେ ଖୋଲିଗଲା ଶିବଙ୍କର ତୃତୀୟ ନେତ୍ର ତାପରେ କଣହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେଉଛି। ଭିଡିଓଟିକୁ ଲୋକମାନେ ଏତେ ମାତ୍ରାରେ ଭଲ ପାଉଛନ୍ତି ଯେ ଏବେ ତାହା ଟ୍ରେଣ୍ଡିଂ ଭିଡିଓରେ ରହିଛି। ଆପଣମାନେ ସାଧରଣତଃ ଦେଖିଥିବେ ଅଧିକାଂଶ ଲୋକ ମନ୍ଦିର ବାହାରେ ହିଁ ଦର୍ଶନ କରି ପଳାଇଯାନ୍ତି। ସମୟକୁ ବଞ୍ଚାଇବା ପାଇଁ ଲୋକମାନେ ବାହାରୁ ହିଁ ହାତ ଯୋଡି ଠାକୁରଙ୍କୁ ଡାକି ଦିଅନ୍ତି। କିନ୍ତୁ ଏହାକୁ ନେଇ କିଛି ଏମିତି ଘଟଣା ଘଟିଗଲା ଯେ ଯାହା କେବେବି ଲୋକମାନେ କେବେ ଦେଖିନଥିବେ ନା କେବେ ଭଗବାନଙ୍କ ଭକ୍ତ କେବେ ଭାବିଥିବେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି। ଏହି ଘଟଣାର ଭିଡିଓ ଫେସବୁକ, ଟ୍ଵିଟର ଏବଂ ହ୍ଵାଟସଅପରେ ସେୟାର କରାଯାଇଛି।

templeଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଯୁବତୀ ମନ୍ଦିର ବାହାରେ ଗାଡି ଉପରେ ଛିଡା ହୋଇ ଭଗବାନଙ୍କୁ ହାତ ଯୋଡି ସ୍କୁଟି ଉପରେ ବସି ସ୍କୁଟି ଷ୍ଟାର୍ଟ କରୁଥିଲେ। କିନ୍ତୁ ତାଙ୍କ ହାତରୁ କ୍ଲଚ୍‌ ଛାଡିଗଲା ଏବଂ ଗାଡି ସିଧା ଯାଇ ମନ୍ଦିର ଭିତରେ ପଶିଗଲା। ଯୁବତୀଙ୍କ ଗାଡି ସିଧା ଯାଇ ନନ୍ଦୀଙ୍କ ପାଖରେ ପଡିଲା। ପାଖରେ ଥିବା ଲୋକମାନେ ଏହାଦେଖି ଯୁବତୀଙ୍କୁ ଉଠାଇବାକୁ ଆସିଗଲେ। ଏହାପରେ ଯୁବତୀ ଜଣଙ୍କ ଉଠିପଡିଲେ ଏବଂ ଗାଡି ଉଠାଇ ନେଲେ। ଏହାପରେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଏବଂ ଅନେକ ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

ଏହି ଭିଡିଓ ଦେଖି ଜଣେ ୟୁଜର ଲେଖିଛନ୍ତି, ‘ବାହାରୁ ଦର୍ଶନ କରି ପଳାଇଯାଉଥିଲ, ଭଗବାନ ନିଜେ ଭିତରକୁ ଡାକିଦେଲେ। ଆଉ ଜଣେ ୟୁଜର ଲେଖିଛନ୍ତି ‘ଏହାକୁ କୁହନ୍ତି ଭିଆପି ଦର୍ଶନ’। ଏହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଏହି ଭିଡିଓ ସେହିମାନଙ୍କ ପାଇଁ ଯେଉଁମାନେ ବାହାରୁ ହିଁ ହାତ ଯୋଡି ବାହାରୁ ପଳାଇ ଯାଉଛନ୍ତି। ଭଗବାନ ଜଣାଇ ଦେଇଛନ୍ତି ଯେ ଭିତରକୁ ଆସିବା ହିଁ ଜରୁରୀ ଅଟେ।
ଏହି ଭିଡିଓକୁ ୪ ମାର୍ଚ୍ଚରେ ଫେସବୁକରେ ସେୟାର କରାଯାଇଛି। ଏବଂ ଏହି ଭିଡିଓକୁ ଏବେ ପଯ୍ୟର୍ନ୍ତ ୪୨ ହଜାର ରୁ ଅଧିକ ଲୋକ ଦେଖସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.